ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ମଙ୍ଗଳବାର କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଛି । ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ପବନ ସହିତ ବର୍ଷା ହୋଇପାରେ । ୨୪ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି ।
ମଙ୍ଗଳବାର ତଥା ଆଜି ସକାଳ ୮ଟା ୩୦ ସୁଦ୍ଧା ଢେଙ୍କାନାଳରେ ସର୍ବାଧିକ ୯୩ ମିମି ବର୍ଷା ହୋଇଥିଲା ବେଳେ, ସୋନପୁରରେ ୩୫ମିମି ବର୍ଷା ରେକର୍ଡ ହୋଇଛି । ସେହିପରି, ଭଦ୍ରକରେ ୧୭ମିମି, ପାରାଦ୍ବୀପରେ ୧୩ ମିମି, ନୟାଗଡ଼ରେ ୧୧.୨ ମିମି, ଭୁବେନଶ୍ବରରେ ୮.୨ ମିମି, ବାରିପଦାରେ ୬.୮ ମିମି, ବଲାଙ୍ଗିରରେ ୪.୫ ମିମି ବର୍ଷା ରେକର୍ଡ କରାଯାଇଛି ।