ଭୁବନେଶ୍ୱର: ନିଜର ଅଭିବୃଦ୍ଧି ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲା ଓଡ଼ିଶାର ଅର୍ଗାନିକ୍ ବ୍ରାଣ୍ଡ୍ ଅର୍ଗାନେଲ୍ ଫାର୍ମସ୍ । ଭୁବନେଶ୍ୱରର ପଟିଆର କଳାରାହାଙ୍ଗ, ଜେଡ୍-୧ ଆପାର୍ଟମେଣ୍ଟ ନିକଟରେ ଏହାର ଆଉ ଏକ ରିଟେଲ୍ ଷ୍ଟୋର୍ର ଉଦ୍ଘାଟନ କରିଛି । ଏହି ଷ୍ଟୋର୍ କମ୍ପାନୀର ବଜାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ସହିତ ସମଗ୍ର ଓଡ଼ିଶାରେ ଜୈବିକ ଓ ପ୍ରାକୃତିକ ଉପାୟରେ ଉତ୍ପାଦିତ ଖାଦ୍ୟକୁ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବାର ଲକ୍ଷ୍ୟକୁ ଆଗକୁ ବଢ଼ାଇବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏମ୍ଜିଏମ୍ ଗ୍ରୁପ୍ର ପ୍ରତିଷ୍ଠାତା ରାଜୀବ ଲୋଚନ ମହାନ୍ତି ଏହି ଷ୍ଟୋର୍କୁ ଉଦ୍ଘାଟନ କରିଥିବା ବେଳେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡିଶାର ଦୁଇ ସଫଳ ଉଦ୍ୟୋଗୀ ପୁନମ ମହାପାତ୍ର ଏବଂ ତନୁଜ ମହାନ୍ତିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଅର୍ଗାନେଲ୍ ଫାର୍ମ୍ସ’ ଏକ ସମନ୍ୱିତ ଏବଂ ସ୍ଥାୟୀ କୃଷି ପଦ୍ଧତିକୁ ଅନୁସରଣ କରୁଛି । ବୌଦ୍ଧ ଜିଲ୍ଲାରେ କମ୍ପାନୀର ୪୦୦ ଏକରରୁ ଅଧିକ ଚାଷ ଜମି ରହିଛି । ସେଠାରେ ୭୦ରୁ ଅଧିକ ସାହିୱାଲ ଗାଈ, ୨୦୦ରୁ ଅଧିକ ମହୁମାଛି ବକ୍ସ୍ ଏବଂ ୧,୨୦୦ରୁ ଅଧିକ କୁକୁଡା ପାଳନ କରାଯାଉଛି । ଏହାସହ ଭୁବନେଶ୍ୱରର ପାଟିଆରେ କମ୍ପାନୀର ନିଜସ୍ୱ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ରହିଛି, ଯାହା ଚାଷଜମିରୁ ଗ୍ରାହକଙ୍କ ପର୍ଯ୍ୟନ୍ତ ସାମଗ୍ରୀର ଗୁଣବତ୍ତା ସୁନିଶ୍ଚିତ କରୁଛି। ଅଧିକାଂଶ ସାମଗ୍ରୀ ନିଜସ୍ୱ ଫାର୍ମରେ ଉତ୍ପାଦନ କରାଯାଉଥିବା ବେଳେ, କେତେକ ନିର୍ଦ୍ଦଷ୍ଟ କୃଷିଜାତ ଦ୍ରବ୍ୟକୁ ସ୍ଥାନୀୟ ଚାଷୀଙ୍କଠାରୁ ସିଧାସଳଖ ଗ୍ରହଣ କରାଯାଉଛି ।
ଏହି ନୂତନ ରିଟେଲ୍ ଷ୍ଟୋର୍ରେ ଡାଲି, ମହୁ, ଏ୨ ଘିଅ, ମସଲା, ଖାଇବା ତେଲ, ଡ୍ରାଏ ଫ୍ରୁଟ୍ସ, ତାଜା ଫଳ ଓ ପନିପରିବା ସମେତ ବିଭିନ୍ନ ପ୍ରକାରର ଜୈବିକ ଓ ପ୍ରାକୃତିକ ଉପାୟରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି । ଏହା ସହିତ ଷ୍ଟୋରରେ ସତେଜ ଏ୨ କ୍ଷୀର ମଧ୍ୟ ମିଳେ, ଯାହା ପ୍ରତିଦିନ ବୌଦ୍ଧ ସ୍ଥିତ ‘ଅର୍ଗାନେଲ୍ ଫାର୍ମ୍ସ’ର ନିଜସ୍ୱ ଦୁଗ୍ଧ ଫାର୍ମରୁ ସଂଗ୍ରହ କରାଯାଇ ଏକ କୋଲ୍ଡ–ଚେନ୍ ଟ୍ୟାଙ୍କର ଜରିଆରେ ସିଧାସଳଖ ଷ୍ଟୋର୍କୁ ଆଣାଯାଇଥାଏ ।
ସୂର୍ଯନଗର ରିଟେଲ୍ ଷ୍ଟୋର୍କୁ ଏକ ବଡ ସଫଳତା ମିଳିବା ପରେ ‘ଅର୍ଗାନେଲ୍ ଫାର୍ମ୍ସ’ ସମଗ୍ର ଓଡିଶାରେ ନିଜର ଉପସ୍ଥିତକୁ ମଜବୁତ କରିବାରେ ଲାଗିଛି । ବିଗତ ବର୍ଷଗୁଡିକରେ ବ୍ରାଣ୍ଡ୍ଟି ଏକ ବିଶ୍ୱସ୍ତ ଯୋଗାଣକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ଏବଂ ଫ୍ଲିପକାର୍ଟ, ସ୍ୱିଗି ଇନ୍ଷ୍ଟାମାର୍ଟ, ବିଗ୍ବାସ୍କେଟ୍, ବିଭିନ୍ନ ହସ୍ପିଟାଲ୍ ଓ ବିଶ୍ୱବିଦ୍ୟାଳୟ ସହ ଭାଗୀଦାରି କରି ଏକ ବିଶ୍ୱସନୀୟ ଯୋଗାଣକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛି ।
ଏହି ଅବସରରେ ଏମ୍ଜିଏମ୍ ଗ୍ରୁପ୍ର ପ୍ରତିଷ୍ଠାତା ରାଜୀବ ଲୋଚନ ମହାନ୍ତି ଓଡ଼ିଶାରେ ଜୈବିକ ଖାଦ୍ୟର ପ୍ରସାର ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଦିଗରେ ପୁନମ ମହାପାତ୍ରଙ୍କ ପ୍ରୟାସର ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ କହିଥିଲେ, “ଆଜିର ସମୟରେ ପ୍ରକୃତ ଜୈବିକ ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ିଛି। ଓଡିଶାର ନିଜସ୍ୱ ବ୍ରାଣ୍ଡ୍ ‘ଅର୍ଗାନେଲ୍ ଫାର୍ମ୍ସ’ ଜୈବିକ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ କୃଷକଙ୍କୁ ସହଯୋଗ କରୁଥିବା ଦେଖି ଖୁସି ଲାଗୁଛି।”
‘ଅର୍ଗାନେଲ୍ ଫାର୍ମ୍ସ’ର ପ୍ରତିଷ୍ଠାତା ପୁନମ ମହାପାତ୍ର କହିଥିଲେ, “ଆମର ମୂଳ ଉଦ୍ଦେଶ୍ୟ ହେଉଛି ଓଡିଶାର ପ୍ରତ୍ୟେକ ପରିବାରକୁ ଜୈବିକ ଓ ପ୍ରାକୃତିକ ଉପାୟରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ସହ ପୁନଃ ସଂଯୋଗ କରିବା, ସେଥିସହ ସ୍ଥାନୀୟ ଚାଷୀ ଏବଂ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା । ପଟିଆରେ ଏହି ନୂତନ ଷ୍ଟୋର୍ର ଶୁଭାରମ୍ଭ ସେହି ଲକ୍ଷ୍ୟ ପୂରଣ ଦିଗରେ ଆଉ ଏକ ଦୃଢ ପଦକ୍ଷେପ । ଆଗାମୀ ଦିନରେ ରାଜ୍ୟର ଅଧିକରୁ ଅଧିକ ସ୍ଥାନରେ ଆମର ସେବା ବିସ୍ତାର କରିବାକୁ ଆମେ ପ୍ରତିବଦ୍ଧ ।”