Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ମୁଷଳଧାରାର ବର୍ଷା; ୧୧ ମୃତ, ଉଦ୍ଧାରକାର୍ଯ୍ୟ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାର କରାଳ ରୂପ । ଲଗାତାର ବର୍ଷାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଅନେକ ସ୍ଥାନ ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ପୁଞ୍ଚ ଜିଲ୍ଲାରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ମୁଷଳଧାରାର ବର୍ଷା ଯୋଗୁଁ ୨୫୦ରୁ ଅଧିକ ଗାଡ଼ି ଭାସିଯାଇଥିବା ସୂଚନା ରହିଛି ।

ରାଜୌରୀ, ଅନନ୍ତନାଗ ଏବଂ ଉଧମପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ପ୍ରଶାସନ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫର ଦଳ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଲୋକଙ୍କୁ ନଦୀ, ନାଳ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଭାଗ ୧୯ରୁ ୨୩ ଜୁଲାଇ ଯାଏଁ ପ୍ରବଳ ବର୍ଷା ଆକଳନ କରିଛି । ବିଶେଷ ଭାବେ ଜମ୍ମୁ, କଠୁଆ, ସାମ୍ବା, ରାଜୌରୀ, ଡୋଡା, ରାମବନ ଏବଂ କିସ୍ତୱାଡ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.