Latest Odisha News

ଛାତ୍ର ମୃତ୍ୟୁ ମାମଲା, କ୍ଷମା ମାଗିଲେ ବମ୍ବେ IIT

ବମ୍ବେ : ଆଇଆଇଟି ବମ୍ବେ ଛାତ୍ର ମୃତ୍ୟୁ ମାମଲା, ଉଗ୍ର ରୂପ ନେବାରେ ଲାଗିଛି ପରିସ୍ଥିତି । ବିବାଦ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କର୍ତୃପକ୍ଷ କ୍ଷମା ମାଗିଛନ୍ତି । ତଦନ୍ତ ଚାଲିଛି, କୌଣସି ନିଷ୍କଷ ର୍ ନବାହାରିବା ପୂର୍ବରୁ ସାହିଲଙ୍କ ମୃତ୍ୟୁ ର୍ପୂବର ଘଟଣାକ୍ରମ କର୍ତୃପକ୍ଷ ସାଧାରଣରେ ପ୍ରକାଶ କରିବା ନଥିଲା ବୋଲି କହିଛି ସଂସ୍ଥା । ମାମଲାରେ ଏବେ ମୁମ୍ବାଇ ପୋଲିସର କ୍ରାଇମବ୍ରାଂଚ ତଦନ୍ତ ଜାରି ରଖିଛି । ହଷ୍ଟେଲ ରୁମରୁ କୋଣସି ସୁଇସାଇଡାଲ ନୋଟ୍ ମିଳିନଥିବା ବେଳେ ଫୋନ୍‌ରେ ଡିଜିଟାଲ ପ୍ରମାଣ ୟାଂଚ୍ କରୁଛି କ୍ରାଇମବ୍ରାଂଚ୍‌ଞ୍ଚ । ପୋଲିସ ପଚରାଉଚରା ପାଇଁ ନିଲମ୍ବିତ ପ୍ରଫେସର ଡୁଲା ସମେତ ଏଫ୍‌ଆଇଆରରେ ନାମିତ ସମସ୍‌ତ ବ୍ୟକ୍ତିଙ୍କୁ ସମନ୍ କରିପାରେ । ଆଇଆଇଟି ବମ୍ବେର କ୍ଷମା ପ୍ରାର୍ଥନା ପରେ ଅଧିକାରୀ ମାନେ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ସେମାନଙ୍କ ୧୮ଟି ଦାବି ଉପରେ ଆଲୋଚନା କରିବା ପରେ ଏହି ଦାବି କରିଛନ୍ତି । କ୍ୟାମ୍ପସରେ ଛାତ୍ର ମୃତ୍ୟୁ ନେଇ କର୍ତୃପକ୍ଷ ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରବିବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବେଳେ ଆଇଆଇଟି ବମ୍ବେର ନିର୍ଦ୍ଦେଶକ ଶିଶିର କେଦାର ନିଜ ପଦରୁ ଇସ୍ତଫା ଦେବେ ବୋଲି କହିଥିଲେ । ଏବଂ ଆନ୍ଦୋଳନକାରୀଙ୍କ ୧୮ଟି ଦାବି ଥିବା ଏକ ଦସ୍ତାବିଜ୍‌ରେ ଦସ୍ତଖତ କରିଥିଲେ । ଶିଶିର କେଦାର ଆଜି ଇସ୍ତଫା ଦେବେ ନା ନିଜ ପଦବୀରେ ରହିବେ ସେ ନେଇ ଆଲୋଚନା ପାଇଁ ଆଜି ବସିବ ବୋଡ ର୍ ମିଟିାଂ ମହାରଷ୍ଟ୍ର ୟାଭାତମାଲ ଜିଲ୍ଲାବାସୀ ଥିଲେ ସାହିଲ । ର୍ପୂବରୁ ଜାତିଗତ ଭେଦଭାବର ଶିକାର ହୋଇଥିବା ପରିବାର ଲୋକ ଅଭିୟୋଗ କରିଛନ୍ତି । ସେଥିପାଇଁ କ୍ୟାମ୍ପସରେ ହଙ୍ଗାମା ଜାରି ରହିଛିା ଆନ୍ଦୋଳନକାରୀଙ୍କ କହିବା କଥା ସାହିଲ ଖୁବ୍ ଚାପରେ ଥିଲେ । ତଙ୍କୁ ଶିକ୍ଷାଗତ କାର‌୍ୟ୍ୟକଳାପରୁ ନିଲମ୍ବିତ କରିବାକୁ ଧମକ ଦିଆୟାଇଥିଲା । ସୂଚନା ଅନୁସାରେ ମିଡ୍ ସେମିଷ୍ଟାର ପରୀକ୍ଷା ବେଳେ ସାହିଲ ଫୋନରେ ଚାଟ୍‌ଜିପିଟି ଦ୍ୱାରା ଉତ୍ତର ନକଲ କରିବାକୁ ପ୍ରୟାସ କରୁଥିବା ବେଲେ ଧରାପଡିଥିଲେ । କର୍ତୃପକ୍ଷ ଏନେଇ ତାଙ୍କୁ ବୁଝାଇଥିଲେ । ପରେ ହଷ୍ଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । । ଆନ୍ଦୋଳନକାରୀ ଓ ଛାତ୍ରଙ୍କ ପରିବାର ଲୋକ ଅଭିୟୋଗ କରିଥିଲେ, କ୍ୟାମ୍ପସରେ ସାହିଲଙ୍କୁ ହଇରାଣ ଓ ଜାତିଗତ ଭେଦଭାବର ଶିକାର ହେବାକୁ ପଡିଥିଲା । ଏନେଇ ପରିବାର ଏକ ମାମଲା ରୁଜୁ କରିଛନ୍ତି । ଗତ ଶୁକ୍ରବାର ଦିନ ଆଇଆଇଟି ବମ୍ବେ କ୍ୟାମ୍ପ ସ୍ଥିତ ହଷ୍ଟଲ ରୁମ୍‌ରେ ସାହିଲ ରବିନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସାହିଲ୍ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ । ଗତ ୬ରୁ ୭ ମାସ ମଧ୍ୟରେ ଆଇଆଇଟି ବମ୍ବେ କ୍ୟ।।ମ୍ପସରେ ଏପରି ଛାତ୍ର ଆତ୍ମହତ୍ୟା ଘଟଣା ତୃତୀୟ । ଗତ ଫେବ୍ରୁଆରୀ ଓ ଜୁଲାଇ ମାସରେ ୨ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.