Latest Odisha News

BREAKING NEWS

ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ପଜିଟିଭ୍ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ୧୨ରୁ ଅଧିକ IAS ଅଧିକାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯୋଗୀ ସରକାରଙ୍କ ୧୨ରୁ ଅଧିକ ଆଇଏସଏସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅର୍ଥ ସଚିବ ଓ ସ୍ୱତନ୍ତ୍ର ସଚିବଙ୍କ ସମେତ ଅର୍ଥ ବିଭାଗର ପାଖାପାଖି ୨୦ ଜଣ ଲୋକ ପିଜିଟିଭ୍ ବାହାରିଛନ୍ତି ।

ଏକାଥରେ ଏତେ ସଂଖ୍ୟାରେ IAS ଅଧିକାରୀ ପଜିଟିଭ୍ ବାହାରିବା ଚିନ୍ତାର କାରଣ ପାଲଟିଛି । ରାଜସ୍ୱ ପରିଷଦର ଅଧ୍ୟକ୍ଷ ଦୀପକ ତ୍ରିବେଦୀ, କୃଷି ବିଭାଗର ପ୍ରମୁଖ ସଚିବ, ସଂଖ୍ୟାଲଘୁ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବିଏଲ୍ ମୀନା, ଉଚ୍ଚ ଶିକ୍ଷା ବିଭାଗର ଏସସିଏସ୍ ଡ ରଜନୀଶ ଦୁବେ, ସିଏମ୍ କାର୍ଯ୍ୟାଳୟର ପ୍ରମୁଖ ସଚିବ ଆଦି ପଜିଟିଭ୍ ହୋଇଛନ୍ତି ।

ଉତ୍ତରପ୍ରଦେଶରେ କରୋନାର ପ୍ରକୋପ ବଢିଚାଲିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କରୋନା ପଜିଟିଭ ହୋଇଛନ୍ତି ।

Leave A Reply

Your email address will not be published.