Latest Odisha News

BREAKING NEWS

କମ୍‌ ପାଣି ପିଇଲେ ହୋଇପାରେ ଅକାଳ ବିୟୋଗ, ଜାଣନ୍ତୁ କେତେ ଗ୍ଲାସ ପାଣି ପିଇବା ଜରୁରୀ

ଜଳ ହିଁ ଜୀବନ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ପାଣିର ଉପଯୋଗ କରିବାରେ ଅବହେଳା କରିଥାଆନ୍ତି । ତେଣୁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ  । ସାଧାରଣତଃ ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକ ପାଣି ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅବହେଳା କରନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଇପାରେ ।

ମୃତ୍ୟୁ ଘଟିବାର ଆାଶଙ୍କା:-

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥର ରିପୋର୍ଟ ଅନୁଯାୟୀ, ଯେଉଁ ଲୋକ ମାନଙ୍କର ରକ୍ତରେ ସେରମ୍ ସୋଡିୟମ୍ ଅଧିକ ଥାଏ, ସେମାନଙ୍କୁ ଗୁରୁତର ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ, ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ମଧ୍ୟ ଅଧିକ ହୋଇଥାଏ । ସେରମ୍ ସୋଡିୟମ୍ ସ୍ତର ବୃଦ୍ଧି ହେବାର ସବୁଠାରୁ ସାଧାରଣ କାରଣ ହେଉଛି କମ୍ ପାଣି ପିଇବା । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ, ଯେଉଁମାନଙ୍କର ସୋଡିୟମ୍ ସ୍ତର ଅଧିକ ଥିଲା ଓ ସେମାନଙ୍କର ସେଲୁଲାର୍ ବୟସ ମଧ୍ୟ ଅଧିକ ଥିଲା, କିନ୍ତୁ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଶୀଘ୍ର ଆସିଥିଲା । ଏଥିରୁ ପ୍ରିମାଚ୍ୟୁର ଡେଥ ଅର୍ଥାତ୍‌ ଅକାଳ ବିୟୋଗ ଘଟିବାର ସଂକେତ ବି ଦେଖିବାକୁ ମିଳିଥିଲା ।

ଶୋଷ ଲାଗିବା ପୂର୍ବରୁ ପିଅନ୍ତୁ ପାଣି :-

ଦିନକୁ ୮ ରୁ ୧୧ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ। ଯେତେବେଳେ ଆମେ ଶୋଷି ଲାଗିଲେ ପାଣି ପିଇଥାଉ, କୋଷଗୁଡ଼ିକ ସଙ୍କୁଚିତ ହୋଇଯାଏ । ସେଥିପାଇଁ ଶୋଷ ଲାଗିବା ପୂର୍ବରୁ ସର୍ବଦା ପାଣି ପିଅନ୍ତୁ ।

ବ୍ରେନ ଫଙ୍କସନ୍‌ରେ ଫରକ ପଡ଼ିଥାଏ:-

ପ୍ରପର ନ୍ୟୁଟ୍ରିସନ୍‌ ଏବଂ ହାଇଡ୍ରେସନ୍‌ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଜଳ ବ୍ୟତୀତ ଅନ୍ୟ କେତେକ କାରଣ ମଧ୍ୟ ହାଇ ସୋଡିୟମ୍ ସ୍ତର ପଛରେ ଦାୟୀ ହୋଇପାରେ । ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ବ୍ୟତୀତ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ପାଇଁ ଜଳ ମଧ୍ୟ ବହୁତ ଜରୁରୀ ।ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଡିହାଇଡ୍ରେସନ ବ୍ରେନ୍‌ ଫଙ୍କସନ ଉପରେ ଫରକ ପଡିଥାଏ।

Leave A Reply

Your email address will not be published.