Latest Odisha News

BREAKING NEWS

ହକି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ହରମନପ୍ରୀତ ଅଧିନାୟକ, ଅମିତ ଉପଅଧିନାୟକ

ଭୁବନେଶ୍ୱର: ଭୁବନେଶ୍ୱର ଓ ରାଉରକେଲାରେ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ଏଫଆଇଏଚ ଓଡିଶା ହକି ପୁରୁଷ ବିଶ୍ୱକପ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ୧୮ଜଣିଆ ଦଳର ନେତୃତ୍ୱ ହରମନପ୍ରୀତ ସିଂ ନେବେ । ଦଳର ଉପ ଅଧିନାୟକ ଦାୟିତ୍ୱ ଓଡିଶାର ଅମିତ ରୋହିଦାସଙ୍କୁ ପ୍ରଦାନ କରାଯାଇଛି । ବାଙ୍ଗାଲୋର ସାଇ ସେଂଟରେ ୨ ଦିନିଆ ଅଭ୍ୟାସ ଶିବିର ପରେ ଖେଳାଳି ଚୟନ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ୩୩ ଏବଂ ପରେ ୧୮ ଖେଳାଳି ଶର୍ଟଲିଷ୍ଟ ହୋଇଥିଲେ । ଭାରତ ୧୩ ଜାନୁୟାରୀ ୨୦୨୩ରେ ରାଉରକେଲାରେ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସ୍ପେନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏଠାରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିବା ପରେ ଟିମ ଭୁବନେଶ୍ୱର ଆସିବ । ସେଠାରେ ୱେଲ୍ସ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ । ଜାନୁୟାରୀ ୨୫ରୁ କ୍ୱାର୍ଟରଫାଇନାଲ ମ୍ୟାଚ ଖେଳାଯିବ । ୨୭ରେ ସେମିଫାଇନାଲ ଏବଂ ବ୍ରୋଞ୍ଜ ପଦକ ମୁକାବିଲା ଓ ଫାଇନାଲ ୨୯ରେ ଖେଳାଯିବ ।

ଭାରତୀୟ ଦଳ:
ଗୋଲକିପର: କ୍ରିଷ୍ଣା ବି ପାଠକ, ପିଆର ଶ୍ରୀଜେଶ ।
ଡିଫେଣ୍ଡର: ହରମନପ୍ରୀତ ସିଂ (ଅଧିନାୟକ), ଅମିତ ରୋହିଦାସ (ଉପ ଅଧିନାୟକ), ସୁରେନ୍ଦ୍ର କୁମାର, ବରୁଣ କୁମାର, ଜରମନପ୍ରୀତ ସିଂ, ନୀଲମ ସଞ୍ଜୀପ ଖେସ ।
ମିଡଫିଲ୍ଡର: ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ଶମସେର ସିଂ, ଆକାଶଦୀପ ସିଂ, ବିବେକ ସାଗର,
ଫରୱାର୍ଡ: ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ଓ ସୁଖଜିତ ସିଂ ।

Leave A Reply

Your email address will not be published.