Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ: ମହିଳା ଭୋଟରଙ୍କ ଭିତରେ ଜବରଦସ୍ତ ଉତ୍ସାହ

ଭୁବନେଶ୍ୱର: ନିର୍ବାଚନରେ ମହିଳା । ପ୍ରାର୍ଥୀ ହୁଅନ୍ତୁ କି ଭୋଟର । ନିର୍ବାଚନରେ ସେମାନଙ୍କର ସଂଖ୍ୟା ବଢୁଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ପଦବୀରେ ମହିଳା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ବେଳେ ବି ମହିଳା ଭୋଟରଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଚିତ୍ର ।

ବିଭିନ୍ନ ବୁଥ ଆଗରେ ସକାଳୁ ସକାଳୁ ମହିଳାମାନଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଗଣତନ୍ତ୍ରର ଏହି ମହାନ ପର୍ବରେ ସେମାନେ ଉତ୍ସାହର ସହ ନିଜ ନିଜ ଅଞ୍ଚଳର ପ୍ରତିନିଧି ବାଛିବାକୁ ଆଗେଇ ଆସିଛନ୍ତି । ପରିଚୟପତ୍ର ଧରି ମତଦାନ କେନ୍ଦ୍ର ନିକଟରେ ପହଞ୍ଚିଛନ୍ତି ମହିଳା ଭୋଟର । ସେମାନଙ୍କ ପାଇଁ ଅଲଗା ଲାଇନ୍ କରାଯାଇଛି । ସାରା ଓଡ଼ିଶାରୁ ଆଜି ଏମିତି ଚିତ୍ର ସାମନାକୁ ଆସିଛି ।
ରାଜ୍ୟର କିଛି ସ୍ଥାନରେ ମହିଳାଙ୍କ ପାଇଁ ପିଙ୍କ ବୁଥ୍ କରାଯାଇଛି । ସେଠାରେ ନିର୍ବାଚନ ଦାୟିତ୍ୱରେ ମହିଳା ଅଧିକାରୀ ଓ କର୍ମଚାରୀ ନିୟୋଜିତ ଅଛନ୍ତି । କେବଳ ମହିଳାମାନେ ସେଠାରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ମତଦାନରେ ମହିଳାଙ୍କ ଭାଗିଦାରୀ ଦିନକୁ ଦିନ ବଢୁଛି । ସ୍ୱତଃପ୍ରବୃତ ଭାବରେ ନିର୍ବାଚନ ପ୍ରକ୍ରିୟାରେ ମହିଳାମାନେ ସାମିଲ ହେଉଛନ୍ତି ।

Comments are closed, but trackbacks and pingbacks are open.