Latest Odisha News

BREAKING NEWS

ରୋମାଂଚ ବଢ଼ାଇଲା ଦ୍ୱିତୀୟ ଟେଷ୍ଟ: ବିଜୟ ପାଇଁ ଭାରତକୁ ୧୦୦, ବାଂଲାଦେଶକୁ ଆବଶ୍ୟକ ୬ ୱିକେଟ

ମୀରପୁର: ମୀରପୁରରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ରୋମାଂଚକ ମୋଡରେ ପଂହଚିଛି । ୧୪୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୪୫ ରନ କରିଛି । ୪ର୍ଥ ଦିବସରେ ବିଜୟ ପାଇଁ ଭାରତକୁ ୧୦୦ରନ ଓ ବାଂଲାଦେଶକୁ ୬ୱିକେଟର ଆବଶ୍ୟକତା ରହିଛି । ଶୁଭମନ ଗିଲ(୭), ଚେତେଶ୍ୱର ପୂଜାରା(୬), କେଏଲ ରାହୁଲ (୨) ଓ ବିରାଟ କୋହଲି ୧ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଅକ୍ଷର ପଟେଲ ୨୬ ଓ ଜୟଦେବ ଉନାଡକଟ ୩ ରନ କରି ଅପରାଜିତ ଅଛନ୍ତି । ମେହେଦି ହାସନ ୩ଟି ଏବଂ ଶକିବ ଉଲ ହାସନ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଲିଟନ ଦାସଙ୍କ ୭୩ ଓ ଜାହୀର ହୁସେନଙ୍କ ୫୧ ରନ ସହାୟତାରେ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୨୩୧ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ୱିକେଟ ଅକ୍ତିଆର କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱୀନ ଓ ମହମ୍ମଦ ସିରାଜ ୨ଟି ଲେଖାଁଏ ୱିକେଟ ନେଇଥିଲେ । ପ୍ରଥମ ଇନିଂସରେ ଭାରତର ପ୍ରଥମ ଇନିଂସ ସ୍କୋର ୩୧୪ ରନ ଜବାବରେ ବାଂଲାଦେଶ ୨୨୭ ରନ କରିଥିଲା । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ଜିତିବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.