Latest Odisha News

BREAKING NEWS

ଦେଶରୁ ୨୪ଘଣ୍ଟାରେ ୨୦ହଜାର କରୋନା ପଜିଟିଭ୍, ସୁସ୍ଥ ହେଲେ ୨୩ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥହାର ବି ବଢ଼ି ବଢ଼ି ଚାଲିଛି । ଆକ୍ଟିଭ କେସ୍ କମୁଛି । ଗତ ୨୪ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୦ହଜାର ୩୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୮୬ହଜାର ୭୧୦କୁ ବୃଦ୍ଧି ପାଇଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ୯୬ପ୍ରତିଶତ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୨୩ହଜାର ୧୮୧ ସଂକ୍ରମିତ । ଦେଶରେ ମୋଟ୍ ୯୮ଲକ୍ଷ ୮୩ହଜାର ୪୬୧ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏବେ ୨ଲକ୍ଷ ୫୪ହଜାର ୨୫୪ଟି ଆକ୍ଟିଭ୍ କେସ୍ ରହିଛି ।
ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢୁଥିଲେ ବି ଦୈନିକ ଡେଥ୍ କେସ୍ କମିଛି । ଗତ ୨୪ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୫୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୯୯୪କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫%।

Leave A Reply

Your email address will not be published.