Latest Odisha News

BREAKING NEWS

ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା !

ନୂଆଦିଲ୍ଲୀ: ଦୁରସଂଚାର ବିଭାଗରେ ଉଚ୍ଚସ୍ତରୀୟ ନିର୍ଣ୍ଣୟକାରୀ ସଂସ୍ଥା ଡିଜିଟାଲ କମ୍ୟୁନିକେଶନ କମିଶନ ଆଜି ୫.୨୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟରମ ନିଲାମ ପାଇଁ ଥିବା ଯୋଜନାକୁ ମଞ୍ଜୁରୀ ଦେଇଦେଇଛି । ଯେଉଁଥିରେ ୨୨ ସର୍କଲ ରେ ୮୩୦୦ ମେଗାହର୍ସ ସ୍ପେକ୍ଟରମ ସାମିଲ ଅଛି ଓ ମାର୍ଚ୍ଚ-ଅପ୍ରେଲ ରେ ବିକ୍ରି ହେବା ସମ୍ଭାବନା ଅଛି । ଦୁରସଂଚାର ସଚିବ ଅଂଶୁ ପ୍ରକାଶ ଆଜି ସାମ୍ବାଦିକ ମାନଙ୍କୁ କହିଲେ ଯେ ” ଡିସିସି ଆଜି ଭାରତୀୟ ଦୁରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ର ସୁପାରିସ କୁ ମଞ୍ଜୁରୀ ଦେଇଛି । ଆମେ ଆଶା କରୁଛୁ ଯେ ମାର୍ଚ୍ଚ-ଅପ୍ରେଲ ରେ ନିଲାମ ଆୟୋଜିତ କରାଯିବ ।”

ସେ କହିଲେ ଯେ ନିଲାମୀ ସବୁ ୨୨ ସର୍କଲ ରେ ୮୩୦୦ ମେଗାହର୍ସ ସ୍ପେକ୍ଟରମ ବିକ୍ରି ପାଇଁ ରଖାଯାଇଛି, ଯାହାର ମୂଲ୍ୟ ୫,୨୨,୮୫୦ କୋଟି ଟଙ୍କା । ଟ୍ରାଇ ଆରମ୍ଭ ରେ ୪.୯ ଲକ୍ଷ କୋଟି ଟଙ୍କା ର ଆବେଦନ କରିଥିଲା । ହେଲେ , ଦୁରସଂଚାର ବିଭାଗ ନିଲାମ ପାଇଁ ଅତିରିକ୍ତ ସ୍ପେକ୍ଟରମ କୁ ସାମିଲ କରିଛି ଯାହାକି ରିଲାଏନ୍ସ କମ୍ୟୁନିକେଶନ ର ଲାଇସେନ୍ସ ସମାପ୍ତି ରେ ୮ ସର୍କଲ ରେ ଭାରତୀୟ ଏଆରଟେଲ ଓ ୪ ସର୍କଲରେ ଭୋଡଫୋନ ଓ ଆଇଡିଆ ସେଲୁଲାର ଠାରୁ ମୁକ୍ତ ହେବ ।

ସଫଳ ନିଲମକାରୀ କୁ ୧ ଗିଗାହର୍ଷ ପାଇଁ ୨୫ ପ୍ରତିଶତ ଅଗ୍ରୀମ ରାଶୀ ଓ ୫୦ ପ୍ରତିଶତ ଉଚ୍ଚ ବ୍ୟାଣ୍ଡ ପାଇଁ ଦେବାକୁ ହେବ । ଏହି ଅର୍ଥ ୧୬ ବର୍ଷୀୟ କିସ୍ତି ଦେବାକୁ ହେବ । ଅଗ୍ରୀମ ରାଶୀ ଦିଆଯିବାର ୨ ବର୍ଷ ପର୍ଯ୍ୟନ୍ତ ସମୟ ଛାଡ଼ କରାଯିବ । ମନେ ତୃତୀୟ ବର୍ଷ ଠାରୁ କିସ୍ତି ଭରଣା କରାଯିବ ।

ସରକାରଙ୍କ ଦ୍ୱାରା ବିଚାର ଆଧାରିତ, ୧ ଅଗଷ୍ଟ ୨୦୧୮ ରେ ଟ୍ରାଇ ୭୦୦ମେଗାହର୍ଷ, ୮୦୦ମେଗାହର୍ଷ, ୯୦୦ମେଗାହର୍ଷ,୧୮୦୦ମେଗାହର୍ଷ, ୨୧୦୦ମେଗାହର୍ଷ, ୨୩୦୦ମେଗାହର୍ଷ, ୨୫୦୦ମେଗାହର୍ଷ, ୩୩୦୦-୩୪୦୦ ମେଗାହର୍ଷ, ୩୪୦୦-୩୬୦୦ ମେଗାହର୍ଷ ବ୍ୟାଣ୍ଡ ରେ ନିଲାମ ପାଇଁ ସୁପାରିସ କରିଥିଲା ।

ଏହାମଧ୍ୟରେ , ଶୁକ୍ରବାର ଦିନ ନିଜର ବୈଠକରେ ଡିସିସି କୋଚି ଓ ଲକ୍ଷାଦୀପ ମଧ୍ୟରେ ସବମେରାଇନ ଫାଇବର କେବୁଲ କନେକଟିଭିଟି କୁ ମଧ୍ୟ ମଞ୍ଜୁରୀ ଦେଇଦେଛି, ଏବଂ ଯୋଜନା ଅନୁସାରେ ୧୧ଟି ଦୀପ ସମୂହକୁ ସଂଯୋଗ କରାଯିବ । ପ୍ରସ୍ତାବ ଅନୁସାରେ ଯାହା ୧,୦୭୨ କୋଟି ଟଙ୍କା ବ୍ୟୟ କରାଯିବ, ଯାହାମଧ୍ୟରେ ୮୩୭ କୋଟି ଟଙ୍କା ପୁଞ୍ଜିଗତ ବ୍ୟୟ ଓ ୨୩୫ କୋଟି ଟଙ୍କା ପରିଚାଳନା ବ୍ୟୟ କୁ ସିସିଇଏ ର ସ୍ୱୀକୃତି ଦରକାର ଅଛି । ଏହି ଦ୍ୱୀପ କୁ ଦୁଇ ପଟୁ ସଂଯୋଗ ହେବ । ଚୁକ୍ତିନାମା ସରିବା ପରେ ଏହି କାମକୁ ସାରିବାକୁ ୨୪ ମାସ ସମୟର ଆବଶ୍ୟକତା ଅଛି ।

Leave A Reply

Your email address will not be published.