Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲରେ ଦ୍ୱିତୀୟ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସଂପୂର୍ଣ୍ଣ ଆବାସିକ ବିଦ୍ୟାଳୟ ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲର ଦ୍ୱିତୀୟ ପ୍ରତିଷ୍ଠା ଦିବସ “ଉକ୍ରର୍ଷ’ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମର ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟନ୍ତ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ସମ୍ମାନୀୟ ଅତିଥି ଭାବେ ବାଙ୍ଗୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିଲେ ।

ଦ୍ୱିତୀୟ ଅଧିବେସନରେ ବାର୍ଷିକ ସ୍ପୋର୍ଟସ୍ ମିଟ୍-୨୦୧୯ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇପିଏସ୍ ତଥା ସେସୁର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅରୁଣ ବୋଥ୍ରା ଏବଂ ସଂଧ୍ୟା ଅଧିବେସନରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ ଗ୍ରୁପର ପ୍ରତିଷ୍ଠାତା ତଥା ମେଣ୍ଟର୍ ଡଃ ବିଜୟ କୁମାର ସାହୁ, ଭାଇସ୍ ଚେୟାରପର୍ସନ୍ ଡଃ ଶିଳ୍ପୀ ସାହୁ ଏବଂ ହେଡ଼ମାଷ୍ଟର ଅମିତାଭ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।

ଶ୍ରୀ ମାର୍ଣ୍ଡି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ମନର ଜିଜ୍ଞାସାକୁ ଜୀବିତ ରଖିବା ଦରକାର କାରଣ ଜିଜ୍ଞାସା ଆମକୁ ସବୁବେଳେ ଏକ ନୂଆ ଓ ସଫଳତା ଦିଗକୁ ନେଇଯାଇଥାଏ । ଶ୍ରୀ ତ୍ରିପାଠୀ କହିଥିଲେ ଯେ, ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ୍ ସ୍କୁଲର ରାଜ୍ୟର ଏକ ନମ୍ବର ସ୍କୁଲ ହୋଇଥିବା ବେଳେ ଏଠିକାର ଶୈକ୍ଷିକ ପରିବେଶ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଜଣେ ଜଣେ ସୁନାଗରିକ ରୂପେ ଗଢ଼ିତୋଳିବ ।

ସେହିପରି ମନ୍ତ୍ରୀ ଅରୁଣ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଏଠିକାର ବିନମ୍ର ଓ ଖୁସିଥିବା ଛାତ୍ରଛାତ୍ରୀମାନଙ୍କୁ ଦେଖି ସେ ଭାରି ଉତ୍ସାହିତ । ଏଠିକାର ପରିବେଶ ଛାତ୍ରଛାତ୍ର୍ରୀମାନଙ୍କର ଶୈକ୍ଷଣିକ, ଆଧ୍ୟାତ୍ମିକ, ଶାରିରୀକ, ଭାବନାତ୍ମକ ଓ ସାମାଜିକ ବିକାଶକୁ ଉଜ୍ଜୀବିତ ରଖିବା ସହ ଛାତ୍ରଛାତ୍ରୀମାନଙ୍କୁ ଏକ ଉଜ୍ଜଳମୟ ଭବିଷ୍ୟତ ଦିଗରେ ଆଗେଇନେଉଛି ।

ଡଃ ବିଜୟ କୁମାର ସାହୁ ଗୁରୁ ଶିଷ୍ୟ ପରମ୍ପରା ସହ କିପରି ଭାବେ ଏହି ବିଦ୍ୟାଳୟର ଶିକ୍ଷା ପ୍ରଣାଳୀ ଏକ ଗୁରୁକୁଳ ପରି ମନେହୁଏ ତାହାକୁ ବିସ୍ତୃତ ରୂପେ ବର୍ଣ୍ଣନା କରିଥିଲେ । ସେ ଆହୁରି କହିଥିଲେ ଯେ କଠିନ ପରିଶ୍ରମ, ବିନମ୍ରତା, ସହାନୁଭୂତି ଓ ଆନନ୍ଦର ସହ କୋଣସି କାର୍ଯ୍ୟ କରାଗଲେ ନିଶ୍ଚିତ ରୂପେ ସଫଳତାକୁ ଶୀର୍ଷକୁ ଛୁଇଁହେବ ।

ଏହି ଦୁଇ ଦିନିଆ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.