Latest Odisha News

BREAKING NEWS

ପ୍ରଥମ ଟି୨୦: ବୈଭବଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଜିମ୍ବାୱେ ବିପକ୍ଷରେ ଭାରତର ଏକତରଫା ବିଜୟ

ହରାରେ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଦଳରେ ଭାରତ ୭ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୭ ୱିକେଟ ବିନିମୟରେ ୧୨୫ ରନ କରିବାକୁ ସକ୍ଷମ ହୋଇଥିଲା । ୱେସଲେ ମାଧେବେରେ ୩୯ ଓ ର‌୍ୟାନ ବୁରୀ ୨୬ ରନ କରିଥିଲେ । ପ୍ରିନ୍ସ ଯାଦବ ଓ ମୟଙ୍କ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଭାରତ ୧୩.୨ ଓଭରରେ ୩ ୱିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ବୈଭବ ସୂର୍ଯ୍ୟବଂଶର ୧୯ ବଲରେ ୪ ଚୌକା ଓ ୪ ଛକା ସହାୟତାରେ ୫୦ ରନ କରି ଆଉଟ ହୋଇଥିଲେ । ଈଶାନ କିଶାନ ୩୫, ଅଭିଷେକ ଶର୍ମା ୧ ରନ କରିଥିବା ବେଳେ ଶ୍ରେୟାଶ ଆୟାର ୨୮ ଓ ତିଳକ ବର୍ମା ୬ ରନ କରି ଅପରାଜିତ ରହିଥିଲେ । ବ୍ଲେସିଂ ମୁଜାରବାନୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ମୟଙ୍କ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Leave A Reply

Your email address will not be published.