Latest Odisha News

BREAKING NEWS

ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ; ପବିତ୍ର ନାମର ଅନଧିକୃତ ବ୍ୟବହାର ବନ୍ଦ ହେବ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ବଡ଼ ସଫଳତା । ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ । ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ୨ୟ ପର୍ଯ୍ୟାୟରେ ଆଉ ୫ଟି ଟ୍ରେଡ୍ ମାର୍କ ଅନୁମୋଦିତ ହୋଇଛି ।

ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’। ଏହି ପାଞ୍ଚଟି ଟ୍ରେଡ୍ ମାର୍କ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶ ପାଇବାକୁ ଅନୁମୋଦିତ ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି।

ତେବେ ଟ୍ରେଡ୍ ମାର୍କ ପଞ୍ଜୀକରଣ ହେବା ଦ୍ୱାରା ଏହି ସମସ୍ତ ପବିତ୍ର ନାମର ଅନଧିକୃତ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହେବ। କୌଣସି ବେସରକାରୀ ସଂସ୍ଥା ନିଜର ବାଣିଜ୍ୟିକ ଲାଭ ପାଇଁ ଏଗୁଡ଼ିକର ଅପବ୍ୟବହାର କରିପାରିବେ ନାହିଁ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ, ପ୍ରତୀକ ଓ ଧାର୍ମିକ ପରମ୍ପରାର ଅନଧିକୃତ ବ୍ୟବହାର ଏବଂ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା।ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ଓ ଗରିମାକୁ ସୁରକ୍ଷିତ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

Leave A Reply

Your email address will not be published.