Latest Odisha News

BREAKING NEWS

ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ସଞ୍ଜୁ ବିଦା

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଟି୨୦ ସିରିଜ ପାଇଁ ସୋମବାର ଶ୍ରେୟାଶ ଆୟାରଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଦଳର ଘୋଷଣା କରାଯାଇଛି । ୧୫ ଜଣିଆ ଦଳରୁ ଟି୨୦ ବିଶ୍ୱକପର ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ସଞ୍ଜୁ ସାମସନ ବାଦ ପଡିଛନ୍ତି । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି । ଇଂଲଣ୍ଡ ଓ ଆୟର୍ଲାଣ୍ଡ ବିପକ୍ଷ ସିରିଜ ତୁଳନାରେ ଏଥର ୬ଟି ପରିବର୍ତନ କରାଯାଇଛି । ରିଙ୍କୁ ସିଂ ଓ ମୟଙ୍କ ଯାଦବ ପ୍ରତ୍ୟାବର୍ତନ କରିଥିବା ବେଳେ ପ୍ରଭସିମ୍ରନ ସିଂ, ୟଶ ଠାକୁର, ଅଶୋକ ଶର୍ମା ଓ ହର୍ଷ ଦୁବେଙ୍କୁ ପ୍ରଥମ ଥର ପାଇଁ ସୁଯୋଗ ମିଳିଛି ।

ନୀତିଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଦଳରେ ସାମିଲ କରାଯାଇଛି । ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ସମସ୍ତ ମ୍ୟାଚ ହରାରେ ଖେଳାଯିବ । ଜୁଲାଇ ୨୩ରେ ପ୍ରଥମ ମ୍ୟାଚ ଏବଂ ଦ୍ୱିତୀୟ ଓ ତୃତୀୟ ଟି୨୦ ଯଥାକ୍ରମେ ୨୫ ଓ ୨୬ରେ ଖେଳାଯିବ ।
ଭାରତୀୟ ଦଳ: ଶ୍ରେୟାଶ ଆୟାର(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା, ଈଶାନ କିଶାନ, ଶିବମ ଦୁବେ, ସୂର୍ଯ୍ୟାଶ ଶେଡଗେ, ରିଙ୍କୁ ସିଂ, ହର୍ଷ ଦୁବେ, ବରୁଣ ଚକ୍ରବର୍ତି, ପ୍ରଭସିମ୍ରନ ସିଂ, ପ୍ରିନ୍ସ ଯାଦବ, ୟଶ ଠାକୁର, ଅଶୋକ ଶର୍ମା ଓ ମୟଙ୍କ ଯାଦବ ।

Leave A Reply

Your email address will not be published.