Latest Odisha News

ଆଇପିଏଲ ମିନି ଅକ୍ସନ: ୪୦୫ ଖେଳାଳିଙ୍କ ଉପରେ ଲାଗିବ ବାଜି

କୋଚି: ଏଠାରେ ଡିସେମ୍ବର ୨୩ରୁ ଇଣ୍ଡିଆନ ପ୍ରିମିୟର ଲିଗର ମିନି ଅକ୍ସନ ଆୟୋଜିତ ହେବ । ୨୭୩ ଭାରତୀୟ, ୧୩୨ ବିଦେଶୀ ଓ ୪ ଆସୋସିଏଟ ଦେଶର ଖେଳାଳିଙ୍କ ସମେତ ଓଭରାଲ ୪୦୫ଜଣଙ୍କ ଉପରେ ଫ୍ରାଂଚାଇଜ ବାଜି ଲଗେଇବେ । ୯୯୧ ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ନାମ ଶର୍ଟଲିଷ୍ଟ କରାଯାଇଥିଲା । ପରେ ଟିମମାନଙ୍କ ଅନୁରୋଧ କ୍ରମେ ଆଉ ୩୬ଜଣଙ୍କ ନାମ ଏଥିରେ ସାମିଲ କରାଯାଇଥିଲା । । ଖାଲି ଥିବା ୮୭ ସ୍ଲଟରୁ ୩୦ଟି ବିଦେଶୀ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ । ୨କୋଟି ସର୍ବାଧିକ ରିଜର୍ଭ ପ୍ରାଇସରେ ୧୯ ବିଦେଶୀ ଖେଳାଳି ରହିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ପାଖରେ ୪୨.୨୫ କୋଟି ଟଙ୍କା ସର୍ବାଧିକ ନିଲାମ ପ୍ରାଇସ ରହିଛି । ସେହିପରି କୋଲକାତା ନାଇଟ ରାଇଡର୍ସ ପାଖରେ ସବୁଠାରୁ କମ ୭.୦୫ କୋଟି ଟଙ୍କା ରହିଛି । ପ୍ରତ୍ୟେକ ଟିମକୁ ଅତିରିକ୍ତ ୫ କୋଟି ଟଙ୍କା ଆବଶ୍ୟକ ପଡିଲେ ଖର୍ଚ୍ଚ କରିପାରିବେ ।

କେନ ୱିଲିୟମସନ, କ୍ରିସ ଲିୟନ, ଅଡିଲ ରଶିଦଙ୍କ ସମେତ ୧୯ ଖେଳାଳିଙ୍କ ବେସ ପ୍ରାଇସ ୨କୋଟି ରହିଛି । ସେହିପରି ନାଇଥ କୁଲ୍ଟର ନୀଲ, ଜେସନ ରୟ, ଡେଭିଡ ମିଲାନଙ୍କ ସମେତ ୧୨ ଖେଳାଳି ୧.୫କୋଟି ବ୍ରାକେଟରେ ଏବଂ ମୟଙ୍କ ଅଗ୍ରୱାଲ, ଜୋ ରୁଟ, ମନୀଷ ପାଣ୍ଡେଙ୍କ ପରି ଷ୍ଟାର ଖେଳାଳି ୧ କୋଟି ବ୍ରେସ ପ୍ରାଇସରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.