Latest Odisha News

BREAKING NEWS

ଭାରତ ବିପକ୍ଷରେ ପ୍ରଥମ ଟି୨୦ ସିରିଜ ଜିତିଲା ଆୟର୍ଲାଣ୍ଡ

ବେଲଫାଷ୍ଟ: ଆୟର୍ଲାଣ୍ଡ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ଟି୨୦ ସିରିଜ ବିଜୟ ହାସଲ କରି ଇତିହାସ ରଚିଛି । ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟି୨୦ରେ ଆୟର୍ଲାଣ୍ଡ ୧ ରନରେ ଟିମ ଇଣ୍ଡିଆକୁ ମାତ ଦେଇଛି । ୩ ବର୍ଷ ପରେ ଭାରତ ପ୍ରଥମ ଥର ପାଇଁ ଟି୨୦ରେ ସିରିଜ ପରାଜୟବରଣ କରିଛି । ୨୦୨୩ରେ ୱେଷ୍ଟଇଣ୍ଡିଜ ନିକଟରେ ୩-୨ରେ ହାରିଥିଲା । ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୫୪ ରନ କରିଥିଲା । ହ୍ୟାରୀ ଟେକ୍ଟର ସର୍ବାଧିକ ୫୩ ରନ କରିଥିଲେ ।

ପଦାର୍ପଣ ମ୍ୟାଚରେ ପ୍ରିନ୍ସ ଯାଦବ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ୨୦ ଓଭରରେ ୯ ୱିକେଟ ବିନିମୟରେ ୧୫୩ ରନ କରିବାକୁ ସକ୍ଷମ ହୋଇଥିଲା । ତିଳକ ବର୍ମା ସର୍ବାଧିକ ୫୫ ରନ କରିଥିଲେ । ଶେଷ ଓଭରରେ ଭାରତ ବିଜୟ ପାଇଁ ୨୦ ରନ ଆବଶ୍ୟକ କରୁଥିବା ବେଳେ ୧୮ ରନ କରିବାକୁ ସକ୍ଷଜୟ ମୁନ୍ଦ୍ରା ପ୍ଲେୟାର ଅଫ ଦି ମ୍ୟାଚ ଓ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି । ଜୟ ମୁନ୍ଦ୍ରା ଓ ମାଟ୍ଟ ହୋଲାର୍ଡ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ଏହି ସିରିଜରେ ଆନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିପାରି ନାହାନ୍ତି ।

Leave A Reply

Your email address will not be published.