Latest Odisha News

BREAKING NEWS

‘ଅଗ୍ନିପଥ’ ଯୋଜନାର ଭାଗ୍ୟ କୃଷି ଆଇନ ଭଳି ହେବ କି?

ନୂଆଦିଲ୍ଲୀ: ସେନା ନିଯୁକ୍ତିର ନୂଆ ଯୋଜନା ଅଗ୍ନିପଥକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବିହାରରୁ ଆରମ୍ଭ ହୋଇଥିବା ଅଗ୍ନିପଥ ନିଆଁ ଏବେ ରାଜ୍ୟକୁ ରାଜ୍ୟ ଡେଇଁ ଓଡ଼ିଶାରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରତିବାଦକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରିବା ସହ ସ୍କୁଲ ବସ ଏବଂ ସର୍ବସାଧାରଣ ସମ୍ପତ୍ତି ନିଷ୍ଚ ହେଉଛି ତ ଅନ୍ୟପଟେ ଯୋଜନା ଘୋଷଣା କରିବା ପରେ କ’ଣ ହେବ ଏହି ଯୋଜନାର ଭବିଷ୍ୟତକୁ ନେଇ କେନ୍ଦ୍ର ସରକାର ଅଗ୍ନିପରୀକ୍ଷା ଦେଉଛନ୍ତି।

ତେବେ ବିଭିନ୍ନ ସହରରେ ଏହି ଆନ୍ଦୋଳନ କୃଷକଙ୍କ ଆନ୍ଦୋଳନ ସହିତ କାହିଁକି ଦେଖାଯାଉଛି? ଖାଲି ସେତିକି ନୁହେଁ, କୃଷି ଆଇନ ପରି ଅଗ୍ନିପଥ ଯୋଜନାର ଭାଗ୍ୟକୁ କଂଗ୍ରେସ ପୂର୍ବାନୁମାନ କରିଛି । ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ସମ୍ପର୍କରେ କୃଷକ ନେତାମାନେ ମଧ୍ୟ ଖୋଲା ସମର୍ଥନ କାହିଁକି କରୁଛନ୍ତି? ଗୋଟିଏପଟେ ଅଗ୍ନିପଥକୁ ନେଇ ବିକ୍ଷୋଭକାରୀଙ୍କ ଅଗ୍ନିକାଣ୍ଡ ଚାଲିଛି ଅନ୍ୟପଟେ ସରକାର ଏବେ ଏହି ଯୋଜନା ଘୋଷଣା କରିବା ପରେ ଅଗ୍ନୀପଥକୁ ନେଇ ଅଗ୍ନୀପରୀକ୍ଷା ଦେଉଛନ୍ତି।

ସବୁଠାରୁ ବଡ଼ କଥା ହେଲା କୃଷି ଆଇନକୁ ନେଇ ଚାଷୀ ନେତା ଭାବେ ଯେଉଁ ରାକେଶ ଟିକାୟତ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ ସେ ମଧ୍ୟ ଅଗ୍ନିପଥ ଯୋଜନାକୁ ନେଇ ବିକ୍ଷୋଭକାରୀଙ୍କ ସମର୍ଥନରେ ବାହାରିଛନ୍ତି। ତେଣୁ ଏହି ବିକ୍ଷେ୍ାଭ ପଛରେ କିଛି ଅଦୃଶ୍ୟ ଶକ୍ତି ରହିଛି କି ସେ ନେଇ ତଦନ୍ତ ଆରମ୍ଭ କରିଛି ଗୁଇନ୍ଦା ।

ଦେଶରେ 10ରୁ ଅଧିକ ରାଜ୍ୟରେ କେନ୍ଦ୍ରର ଅଗ୍ନିପଥକୁ ନେଇ ବିରୋଧ ପ୍ରଦର୍ଶନ ହେଉଛି ହେଲେ ଯେଉଁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେମାନେ କ’ଣ ନିଜ ଇଚ୍ଛାରେ ଆସି ଏପରି ହଂସ୍ର ପ୍ରଦର୍ଶନ କରୁଛନ୍ତି ନା ତାଙ୍କୁ ବିଭ୍ରାନ୍ତି କରି ସରକାର ବିରୋଧରେ ପ୍ରଦର୍ଶନ କରାଯାଉଛି। ଯେଉଁମାନେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାୟ ବର୍ଷେ ଧରି ଦିଲ୍ଲୀର ସୀମାରେ ଆନ୍ଦୋଳନ କରିଥିଲେ ଏବଂ ଯେତେବେଳେ ସରକାର ଏହି ଆଇନ ପ୍ରତ୍ୟାହାର ଘୋଷଣା କଲେ ସେତେବେଳେ ଆନ୍ଦୋଳନ ପ୍ରତ୍ୟାହର କରିଥିଲେ। ଏଭଳି ପରିସ୍ଥିତିରେ ବଡ଼ ପ୍ରଶ୍ନ ହେଉଛି ‘ଅଗ୍ନିପଥ’ ଯୋଜନାର ଭାଗ୍ୟ ମଧ୍ୟ କୃଷି ନିୟମ ଭଳି ହେବ କି?

କୃଷକଙ୍କ ନାଁରେ ଚାଷୀ ଆନ୍ଦୋଳନ ଏବଂ ରାଜନୀତି ପରେ ଟିକାୟତଙ୍କ ଭଳି ନେତାମାନେ ମଧ୍ୟ ସେନା ନିଯୁକ୍ତିର ଅଗ୍ନିପଥ ଯୋଜନା ପାଇଁ ଦିଲ୍ଲୀ ଯାଉଛନ୍ତି। ବିକ୍ଷୋଭକାରୀଙ୍କ ଦ୍ୱନ୍ଦ୍ୱ ଦୂର କରିବାକୁ ସେନା, ବାୟୁସେନା ଏବଂ ନୌସେନାର ତିନିଜଣ ସେନା ମୁଖ୍ୟ ଚେଷ୍ଟା କରିଥିଲେ। ଗୋଟିଏ ପଟେ ଯୋଜନାକୁ ବିରୋଧ କରି ଆକ୍ରାେଶର ଶିକାର ଯୁବକଙ୍କ ଭିଡ଼ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି। ଅନ୍ୟ ପଟେ କିଛି ଛାତ୍ର ଅଛନ୍ତି ଯେଉଁମାନେ ଏହାକୁ ଏକ ବଡ଼ ସୁଯୋଗ ଭାବରେ ଦେଖୁଛନ୍ତି।

ଦେଶର ଲୋକ ଏବଂ କୃଷକମାନେ ମଧ୍ୟ କୃଷି ଆଇନ ସମ୍ବନ୍ଧରେ ଭିନ୍ନ ମତ ରଖିଥିଲେ। ଏକ ବୃହତ ଗୋଷ୍ଠୀ ବିଶ୍ୱାସ ରଖିଥିଲା ​​ଯେ ଏହି ତିନି କୃଷି କୃଷି ଆଇନ କୃଷକମାନଙ୍କ ପାଇଁ ଲାଭଦାୟକ କିନ୍ତୁ ପଞ୍ଜାବ, ହରିଆଣା ଏବଂ ପଶ୍ଚିମ ୟୁପିରେ କୃଷକଙ୍କ ଆନ୍ଦୋଳନକୁ ସରକାରଙ୍କୁ ପଛକୁ ହଟାଇ ଦେଇଥିଲା।

ଏହାର କାରଣ ହେଉଛି ଯେ ବର୍ତ୍ତମାନ ସେନା ନିଯୁକ୍ତିର ନୂଆ ଯୋଜନା, ଅଗ୍ନିପଥ ଉପରେ ସରକାରଙ୍କ ଉପରେ ଚାପ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଯେ ଏହାର ପ୍ରତ୍ୟାବର୍ତ୍ତନ ମଧ୍ୟ କୃଷି ନିୟମ ପରି ହେବ କି? ଯାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply

Your email address will not be published.