Latest Odisha News

BREAKING NEWS

ମିଷ୍ଟର ବିନଙ୍କ ମୃତ୍ୟୁ ଖବର ନେଇ ଗୁଜବ

ନୂଆଦିଲ୍ଲୀ: ମିଷ୍ଟର ବିନ ଭୂମିକା କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ ରୋୱନ ଆଟକିନସନଙ୍କ ମୃତ୍ୟୁ ଖବର ମଙ୍ଗଳବାର ହଇଚଇ ସୃଷ୍ଟି କରି ଦେଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ଜଣା ପଡିଥିଲା । ୟୁଏସ ବ୍ରଡକାଷ୍ଟର ଫକ୍ସ ନ୍ୟୁଜ ନାମକ ଏକ ସଂସ୍ଥା ଟୁଇଟରରେ ଶେୟାର କରିଥିଲା, ଫକ୍ସ ବ୍ରେକିଂ ନ୍ୟୁଜ-ମିଷ୍ଟର ବିନଙ୍କ କାର ଦୁର୍ଘଟଣାରେ ୫୮ ବର୍ଷରେ ବୟସରେ ମୃତ୍ୟୁ । ଏହା ପରେ ଦ୍ରୁତ ଗତିରେ ଖବରଟି ଭାଇରାଲ ହୋଇଥିଲା ।

ପ୍ରଶଂସକମାନେ ତାଙ୍କ ପ୍ରିୟ କଳାକାରଙ୍କ ମୃତ୍ୟୁ ଖବରର ସତ୍ୟତା ଜାଣିବା ପାଇଁ ତଦନ୍ତ କରିଥିଲେ । ପରେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜଣା ପଡିଥିଲା । ପୂର୍ବରୁ ୨୦୧୬ରେ ମଧ୍ୟ ତାଙ୍କ ମୃତ୍ୟୁ ଖବର ନେଇ ଗୁଜବ ଉଠିଥିଲା ।

Leave A Reply

Your email address will not be published.