Latest Odisha News

BREAKING NEWS

ମେନ୍ୟୁରେ ହଲାଲ ମିଟ: ବିସିସିଆଇ ଉପରେ ପ୍ରଶଂସକ କ୍ଷୁବ୍ଧ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ନୂଆ ବିବାଦ ମୁଣ୍ଡ ଟେକିଛି । କାନପୁରରେ ଖେଳାଳିମାନଙ୍କ ଡାଏଟ ତାଲିକା ପ୍ରକାଶ ପାଇବା ପରେ ପ୍ରଶଂସକମାନେ ବୋର୍ଡ ଉପରେ କ୍ଷୁବ୍ଧ ହୋଇ ପଡିଛନ୍ତି । ମେନ୍ୟୁରେ ହଲାଲ ମିଟ ସାମିଲ ହୋଇଥିବାରୁ ସୋସିଆଲ ସାଇଟରେ ଏବେ ଏ ନେଇ ଝଡ ସୃଷ୍ଟି ହୋଇଛି । ଏପରି କି ବିସିସିଆଇ ପ୍ରମୋଟ୍ସ ହଲାଲ ମିଟ ଟ୍ରେଣ୍ଡ ହେବାରେ ଲାଗିଛି । ଟ୍ୱିଟରରେ ୨୧ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିସିସିଆଇକୁ ଏ ନେଇ ସିଧାସଳଖ ପ୍ରଶ୍ନ କରିଛନ୍ତି । ଅବଶ୍ୟ ପ୍ରକାଶ ପାଇଥିବା ମେନ୍ୟୁରେ ବିଫ ଓ ପୋର୍କକୁ ସାମିଲ କରାଯାଇ ନାହିଁ ।

ସୂଚନାଯୋଗ୍ୟ, ଅଧିକାଂଶ ହିନ୍ଦୁ ସମ୍ପ୍ରଦାୟ ହଠାତ କଟାଯାଇଥିବା ପଶୁର ମାଂସ ଖାଇବାକୁ ପସନ୍ଦ କରୁଥିବା ବେଳେ ମୁସଲିମ ସମୁଦାୟ ହଲାଲ ମିଟକୁ ଭଲ ପାଇଥାନ୍ତି । ହିନ୍ଦୁ ଧର୍ମ ଅନୁସାରେ ହଲାଲ ମାଂସ ଖାଇବା ମନା । ଆମେ ସମସ୍ତ ଖେଳାଳିଙ୍କୁ ସମାନ ଦୃଷ୍ଟିରେ ଦେଖିଥାଉ, ବିସିସିଆଇକୁ ବଦନାମ କରାଯିବା ପାଇଁ ଏ ଭଳି ଉଦ୍ୟମ କରାଯାଉଛି ବୋଲି ଜନୈକ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.