Latest Odisha News

BREAKING NEWS

ଦୂତାବାସ ନିକଟରେ ବିସ୍ଫୋରଣର ତଦନ୍ତ ପାଇଁ ଦିଲ୍ଲୀ ଆସିବ ଇସ୍ରାଏଲ୍ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଗତକାଲି ହୋଇଥିବା ଆଇଡି ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମ୍ ଖୋଳତାଡ ଚଳାଇଛନ୍ତି । ତଦନ୍ତରେ ସହଯୋଗ ପାଇଁ ଆସିବ ଇସ୍ରାଏଲ୍ ତଦନ୍ତକାରୀ ଟିମ୍ । ଆଜିସୁଦ୍ଧା ଇସ୍ରାଏଲ ଟିମ୍ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଦରିଆପାରିରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ଇସ୍ରାଏଲୀୟ ନାଗରିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଇସ୍ରାଏଲ୍‌ ତଦନ୍ତକାରୀ ଦିଲ୍ଲୀ ପୋଲିସର ସ୍ପେଶାଲ୍ ଟିମକୁ ତଦନ୍ତରେ ସାହାଯ୍ୟ କରିବେ ।

ଗତକାଲି ବସ୍ଫୋରଣ ପରେ ଘଟଣାସ୍ଥଳରୁ ଇସ୍ରାଏଲ୍ ଦୂତାବାସ ସମ୍ପର୍କରେ ଲେଖା ଥିବା ଚିଠି ମିଳିଛି । ୨୦୧୨ରେ ନୂଆଦିଲ୍ଲୀରେ ଇସ୍ରାଲୀୟ କୂଟନୀତିଜ୍ଞଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ଇସ୍ରାଏଲ୍‌ ଭାରତକୁ ଏହି ପ୍ରକାର ସହାୟତା କରିଥିଲା । ସେତେବେଳେ ଇସ୍ରାଏଲୀୟ ତଦନ୍ତକାରୀମାନେ ଘଟଣାସ୍ଥଳ ଓ ସନ୍ଦିଗ୍ଧ ଇରାନୀୟମାନେ ଅବସ୍ଥାନ କରିଥିବା ହୋଟେଲ୍‌କୁ ଯାଇଥିଲେ ।

Leave A Reply

Your email address will not be published.