Latest Odisha News

BREAKING NEWS

[ଭିଡ଼ିଓ] ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ, ସମାଧାନକୁ ଅପେକ୍ଷା .. .. .

ଯାଜପୁର: ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ଗାଁକୁ ଭଲ ରାସ୍ତାଟିଏ ନଥିବାବେଳେ ଶିକ୍ଷାସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଯାଜପୁରର ବିଞ୍ଝାରପୁର ଓ ବରୀ ନିର୍ବାଚନ ମଣ୍ଡଳୀ ଦେଖିଲେ ବହୁତ କିଛି ସମସ୍ୟା ସମାନାକୁ ଆସେ । ୬ଟି ପଞ୍ଚାୟତ ଲୋକଙ୍କ ପାଇଁ ଭଲ ରାସ୍ତା  ନାହିଁ । ଦେଶୀ ଡଙ୍ଗା ଭରସା ପାଲଟିଥିବା ବେଳେ ବର୍ଷା ଦିନରେ ଅବସ୍ଥା ବେହାଲ ହୋଇପଡ଼େ ।   ଗାଁକୁ ଆମ୍ବୁଲାନ୍ସଟିଏ ବି ଆସିବା ସମ୍ଭବ ନୁହେଁ । ପୂର୍ବରୁ ରାସ୍ତା ପାଇଁ କିଛି ଲୋକଙ୍କ ଜମି ଯାଇଥିବା ବେଳେ ଏଯାଏଁ ସେମାନଙ୍କୁ ତାଙ୍କ ପ୍ରାପ୍ୟ ମିଳିପାରିନି । ବନ୍ୟା ସମୟରେ କିଛି ରିଲିଫ୍ ଦେଇ ଚୁପ୍ ବସିଯାଏ ପ୍ରଶାସନ ହେଲେ ଗାଁର ଉନ୍ନତି ପାଇଁ ଯେମିତି କାହାର ଆନ୍ତରିକତା ନାହିଁ ।

ନଦୀ ଆରପଟକୁ ଯିବାକୁ ଦେଶୀ ଡଙ୍ଗା ସହ ଭୁଟୁଭୁଟି ବ୍ୟବହାର ହୋଇଥାଏ । କିଛି ଲୋକ ମଧ୍ୟ ବାଉଁଶ ପୋଲ ତିଆରି କରି ନଦୀ ପାର ହେଉଛନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ପ୍ରତିଥର ଭଳି ଅନୁଧ୍ୟାନ କରାଯାଇ ସମାଧାନ କରାଯିବାର ପ୍ରତିଶ୍ରୁତି ମିଳିଛି ।

ସମସ୍ତ ସସସ୍ୟା ଘେରରେ ରହିଥିବା ଏହି ଗାଁର ଲୋକେ ନିଜକୁ ବିଚ୍ଛିନ୍ନାଞ୍ଚଳବାସୀ କହୁଥିବା ବେଳେ ପୁଣିଥରେ ପ୍ରତିଶ୍ରୁତି ପାଇବା ପରେ ଏବେ ଗାଁର ଉନ୍ନତି ନେଇ ଅପେକ୍ଷାରେ ରହିଛନ୍ତି ।

Comments are closed, but trackbacks and pingbacks are open.