ମିଜୋରାମ: ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଛି ତାହା କଳନା କରିବା କଷ୍ଟ । ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ଆଜି ଶତ୍ରୁ ଗୁଳିରେ ନୁହେଁ ବରଂ ନିଜଦେଶରଲୋକଙ୍କ ମାଡରେ ମୃତ । ବହୁଦିନ ପରେ ଛୁଟିରେ ଘରକୁ ଫେରୁଥିଲେ, କିଏ ଜାଣିଥିଲା ରାସ୍ତାରେ ଜଗିଥିଲା ଅଜଣା ବିବାଦ ଆଉ ବିବାଦରୁ ମୃତ୍ୟୁର ବିଭିଷୀକ।। ସେପ୍ଟେମବର ୨୦ର ଘଟଣା । ଜମ୍ମୁ-କାଶ୍ମୀର ଶ୍ରୀନଗରରେ ନିୟୋଜିତ ଆସାମ ରେଜିମେଂଟର ୨୯ ବର୍ଷୀୟ ଯବାନ ଜାକାରିଆ ଲାଲହରିଆଟାଲୁଙ୍ଗା ଛୁଟି ନେଇ ଘରକୁ ଫେରୁଥିଲେ । ସାଙ୍ଗରେ ଥିଲେ ଜଣେ ବନ୍ଧୁା ଟ୍ରକ୍ରେ ଲେଙ୍ଗପୁର ବିମାନବନ୍ଦରରୁ ନିଜ ଗାଁ ନୂ-ବୁଇଲୁମ୍ ଯାଉଥିବା ସମୟରେ ଘଟିଛି ଏହି ଅଭାବନୀୟ ଘଟଣା । ପୋଲିସ କହିବା ଅନୁସାରେ ବୁଆଲପୁଓ ଥିଙ୍ଗଡାବଲ୍ ମଧ୍ୟରେ ଥିବା ଜାତୀୟ ରାଜପଥ ୩୦୬ ଦେଇ ଏକ ପିକନିକ୍ ଗାଡି ଫେରୁଥିଲା । ଟ୍ରାଫିକ୍ ସମ୍ବନ୍ଧୀୟ ସମସ୍ୟା ନେଇ ଯୁବକମାନଙ୍କ ଏକ ଗୋଷ୍ଠୀ ମଧ୍ୟରେ ସାମାନ୍ୟ ବିବାଦ ହୋଇଥିଲା । ଯୁକ୍ତିତର୍କ ମାରପିଟ୍ର ରୂପ ନେଇଥିଲା । ଶେଷରେ ଯୁବକଙ୍କ ମାଡରେ ଜାକାରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ଧୁ ଜନ୍ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାରେ ୨ ନାବାଳକଙ୍କ ସମେତ ୮ଜଣଙ୍କୁ ଗିରଫ କରାଯାଇଛି । ଯବାନଙ୍କ ବନ୍ଧୁ ରଙ୍ଗ୍ ରୁଟ୍ରେ ଟ୍ରକ୍ ଚଲାଉଥିବାରୁ ବିବାଦ ଆରମ୍ଭ ହୋଇଥିଲା । ସେଦିନ ସନ୍ଧ୍ୟାରେ ଗାଁକୁ ଫେରୁଥିବା ବେଳେ ଚା ପିଇବାକୁ ଅନ୍ୟଜଣେ ବନ୍ଧୁଙ୍କ ଘରେ ଅଟକିଥିଲେ । ବାହିରିବା ପରେ ବିପରୀତ ଦିଗରୁ ଆସୁଥିବା ଟ୍ରକର ସମ୍ମୁଖୀନ ହୋଇଥିଲେ । ରାସ୍ତା ଅବସ୍ଥା ଖରାପ ଥିବାରୁ ଟ୍ରକ୍ଟି ରଙ୍ଗ୍ ଟ୍ରାକରେ ଚାଲୁଥିବା ସୂଚନା ମିଲିଛି । ସେହିସମୟରେ କିଛି ମଦ୍ୟପ ଯୁବକ ପିକନିକରୁ ଫେରୁଥିଲେ କିଛି ନବୁଝି ନସୁଝି କାହିଁକି ଟ୍ରକ୍ଟି ଭୁଲ୍ ରାସ୍ତାରେ ଆସୁଛି ବୋଲି ଯୁକ୍ତିତର୍କ କରିବା ସହ ଗାଡିରୁ ଟାଣିଆଣି ଡ୍ରାଇଭର ତଥା ଯବାନଙ୍କ ବନ୍ଧୁଙ୍କୁ ପିଟାପିଟି କରିଥିଲୋ ଘଟଣାରେ ହସ୍ତକ୍ଷେପ କରିବା ସମୟରେ ଜାକାରିଆଙ୍କ ଉପରେ ଆକ୍ରମଣ ହୋଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି । ଏ ଅଘଟଣର କିଛି ସମୟ ପୂର୍ବରୁ ମୃତ ଯବାନ ଜଣଙ୍କ ତାଙ୍କ ମାଙ୍କ ସହ କଥା ହୋଇଥିଲେ । ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଘରେ ପହଂଚିଯିବେ ବୋଲି ମଧ୍ୟ କହିଥିଲେ । ସମୟରେ ଘରେ ନପହଂଚିବାରୁ ମା ବାରମ୍ବାର କଲ୍ କରିଥିଲେ । ହେଲେ ସେତେବେଳକୁ ତାଙ୍କ ପୁଅଙ୍କର ଜୀବନ ଚାଲିଯାଇଥିଲା । ପରେ ତାଙ୍କ ବନ୍ଧୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହା ଶୁଣି ତାଙ୍କ ମାଆଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ୨୦୧୭ରେ ଆସାମ ରେଜିମେଂଟରେ ଯୋଗ ଦେଇଥିଲେ ଜାକାରିଆ ଏବଂ ଶ୍ରୀନଗରରେ ନିଯୁକ୍ତି ପାଇଥିଲେ । ୫ଭାଇ ଭଉଣୀରେ ଜାକାରିଆ ଥିଲେ ଚତୁର୍ଥ । ଘରର ସବୁ ଖର୍ଚ୍ଚ ସେ ବହନ କରୁଥିଲେ । ଜାକାରିଆଙ୍କ ସାନ ଭାଇ ଦିନ ମଜୁରିଆ ଥିବା ବେଳେ ବଡ ଭାଇ ଓ ଭଉଣୀ ପରିବାରଠାରୁ ଅଲଗା ହୋଇରହୁଛନ୍ତି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମା ଆଜି କାନ୍ଦି କାନ୍ଦି ଲୋଟି ପଡୁଛି ।
