Latest Odisha News

BREAKING NEWS

[ଭିଡିଓ] ବାରଣାସୀ ରାସ୍ତାରେ ଭିକ ମାଗୁଛନ୍ତି ବିଏସ୍‌ସି ଗ୍ରାଜୁଏଟ୍ ମହିଳା !

ଭୁବନେଶ୍ୱର: ଭଲ ଶିକ୍ଷା, ପରିବାରର ବ୍ୟକଗ୍ରାଉଣ୍ଡ ଓ ଉଚ୍ଚ ପାଉଣାଯୁକ୍ତ ଚାକିରୀ ଉପରେ ନିର୍ଭର ଆମ ଜୀବନର ମାପଦଣ୍ଡ । ହେଲେ ବେଳେବେଳେ ଆମ ଜୀବନ ଅପ୍ରତ୍ୟଶିତ ଭାବେ ଧାରା ପରିବର୍ତ୍ତନ କରିଥାଏ । ସବୁ ଥାଇ ବି ପାଖରେ କେହି ନଥାନ୍ତି । ଉଦାହରଣ ସ୍ୱରୂପ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଅନେକ ଲୋକ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ ହୋଇଥାନ୍ତି ।

ବାରଣାସୀରୁ ଆସିଥିବା ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଅସ୍‌ସି ଘାଟ ପାଖରେ ବସି ଜଣେ ମହିଳା ଭିକ ମାଗିବାର ଏହି ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ମହିଳାଙ୍କ ପରିଚୟ ସ୍ୱାତୀ, ସେ ବିଏସ୍‌ସି ଗ୍ରାଜୁଏଟ୍ ବୋଲି ପ୍ରକାଶ କରିଛନ୍ତି । ଅନର୍ଗଳ ଇଂରାଜୀ ସହ ହିନ୍ଦୀ କହୁଥିବା ଏହି ମହିଳା ଜଣକ କମ୍ପ୍ୟୁଟର ସାଇନ୍ସରେ ଗ୍ରାଜୁଏଟ୍ ପାସ୍ କରିଛନ୍ତି ।

ଭିଡିଓରେ ସେ ଦକ୍ଷିଣ ଭାରତୀୟ ବାସିନ୍ଦା ବୋଲି ପ୍ରକାଶ କରିବା ସହ ତାଙ୍କ ଅତୀତ ବଖାଣିଥିଲେ । ଦିନେ ତାଙ୍କର ବି ପରିବାର ଥିଲା । ହେଲେ ପ୍ରଥମ ସନ୍ତାନ ଜନ୍ମ ହେବା ପରେ ସେ ପକ୍ଷାଘାତରେ ପୀଡିତ ହେବା ପରେ ଶାଶୁଘରୁ ବିତାଡିତ ହୋଇଥିଲେ । ସେବେଠାରୁ ପ୍ରାୟ ତିନିବର୍ଷ ଧରି ସେ ବାରଣାସୀରେ ରହି ଭିକ୍ଷାବୃତ୍ତି କରିଆସୁଛନ୍ତି । ତେବେ ସୁଯୋଗ ମିଳିଲେ ସେ ବି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଇଛୁକ ଥିବା ପ୍ରକାଶ କରିଥିଲେ ।

Leave A Reply

Your email address will not be published.