Latest Odisha News

BREAKING NEWS

ରେଷ୍ଟୁରାଂଟ ଖୋଲିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଫିଲ୍ମ ଦୁନିଆରେ ବିଶେଷ ସକ୍ରିୟ ନ ଥିଲେ ମଧ୍ୟ ଅନ୍ୟ କାରଣ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପରିଣତ ବୟସରେ ଯୋଗ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ନେଇ ସେ ପ୍ରଶଂସାର ପାତ୍ର ହେଉଛନ୍ତି । ଏବେ ଶିଳ୍ପା ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଏକ ଭବ୍ୟ ରେଷ୍ଟୁରାଂଟ ଖୋଲିଛନ୍ତି । ଯାହାର ନାମ ସେ ରଖିଛନ୍ତି ବସ୍ତିଆନ । ସେ ଏହାର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତି ।

ରେଷ୍ଟୁଂରାଟର ଡିଜାଇନ ଏବଂ ଭିତରର ସାଜସଜ୍ଜା ମନଲୋଭା ହୋଇଛି । ଶିଳ୍ପା ପ୍ରଥମେ ଦେଶମୁଖ ପରିବାରକୁ ତାଙ୍କ ରେଷ୍ଟୁରାଂଟକୁ ନିମନ୍ତ୍ରଣ କରିଛନ୍ତି । ରିତେଶ ଦେଶମୁଖ ଓ ଜେନେଲିଆ ରେଷ୍ଟୁରାଂଟରେ ମଜା କରୁଥିବା ଦେଖିବାକୁ ମିଳିଛି । ସେମାନେ ରାଜ କୁନ୍ଦ୍ରା ଓ ଶିଳ୍ପାଙ୍କୁ ଏଥିନେଇ ଖୁବ୍ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.