Latest Odisha News

୧୦ ହଜାର ମିଟରରେ ଯୋଶୁଆଙ୍କ ବିଶ୍ୱରେକର୍ଡ, ଗୋଟିଏ ବର୍ଷରେ ୩ ବିଶ୍ୱ ରେକର୍ଡ କଲେ ୟୁଗାଣ୍ଡର ଏହି ରନର

ଭାଲେନ୍ସିଆ: ୟୁଗାଣ୍ଡାର ଲଙ୍ଗ ଡିଷ୍ଟାନ୍ସ ରନର ଯୋଶୁଆ ଚେପେତଗେଇ ୧୦ ହଜାର ମିଟରରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସ୍ପେନର ଭାଲେନ୍ସିଆରେ ଆୟୋଜିତ ସ୍ୱତନ୍ତ୍ର ଆଥଲେଟିକ୍ ମିଟରେ ୨୪ ବର୍ଷୀୟ ଯୋଶୁଆ ୨୬ ମିନିଟ ୧୧ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଇଥିଓପିଆର କେନୋନିସା ବେକେଲଙ୍କ ନାମରେ ପୂର୍ବରୁ ଏହି ରେକର୍ଡ ଥିଲା । ସେ ୨୬ ମିନିଟ ୧୭.୫୩ ସେକେଣ୍ଡ ସମୟ ନେଇଥିଲେ । ଯୋଶୁଆ ଚଳିତ ବର୍ଷ ୪ଟି ରେସ୍‌ରେ ଭାଗ ନେଇ ୩ଟି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ମୋନାକୋ ଡାଇମଣ୍ଡ ଲିଗ୍‌ରେ ୫କିମି ଓ ୧୦ କିମିରେ ବିଶ୍ୱରେକର୍ଡ କରିଥିଲେ ।

ପ୍ରଥମ ଥର ପାଇଁ ଉପରୋକ୍ତ ମିଟରେ ୱେବଲାଇଟ ଟେକ୍ନୋଲୋଜିର ବ୍ୟବହାର କରାଯାଇଥିଲା । ଇଥିଓପିଆର ଲେଟସେନବେଟ ଗିଡେ ମହିଳା ୫ ହଜାର ମିଟରରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୪ ମିନିଟ ୦୬.୬୨ ସେକେଣ୍ଡରେ ସେ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ପୂର୍ବରୁ ଏହି ରେକର୍ଡ ତିରୁନେଶ ଦିବାବା (୧୪ ମିନିଟ ୧୧.୧୫ସେ)ଙ୍କ ନାମରେ ଥିଲା ।

Leave A Reply

Your email address will not be published.