Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତଙ୍କ ସିନେମା ସହିତ ଆରମ୍ଭ ହେବ ପଶ୍ଚିମବଙ୍ଗ ପ୍ରେକ୍ଷାଳୟ

କୋଲକାତା: ପଶ୍ଚିମବଙ୍ଗର ଅନେକ ସିଙ୍ଗଲ୍ ସ୍କ୍ରିନ୍ ପ୍ରେକ୍ଷାଳୟ ଆସନ୍ତା ସପ୍ତାହରେ ସୁଶାନ୍ତ ସିଂ ରାଜପୁତ ଚଳଚ୍ଚିତ୍ର ସହିତ ଖୋଲିବ।

ଏକ ପିଟିଆଇ ରିପୋର୍ଟ ଅନୁଯାୟୀ, ଚଳଚ୍ଚିତ୍ର ବିତରଣକାରୀ କମ୍ପାନୀର ଅଧିକାରୀମାନେ କହିଛନ୍ତି ଯେ, କୋଲକାତା ଏବଂ ଆଖପାଖରେ ଅତି କମରେ ୧୪ଟି ସିଙ୍ଗଲ୍ ସ୍କ୍ରିନ୍ ରହିଛି । ଏଗୁଡ଼ାକରେ ବଲିଉଡର ସ୍ୱର୍ଗତ ତାରକାଙ୍କ ହିଟ ସିନେମା ଯଥା ‘କେଦାରନାଥ’, ‘ସୋଞ୍ଚିରିଆ’, ‘ଏମ୍ ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଏବଂ ‘ଛିଛୋରେ’ ଆଦି ସ୍କ୍ରିନିଂ କରାଯିବ ।

ଆମେ ଭଲ ବିଷୟବସ୍ତୁ ସହିତ ସୁଶାନ୍ତଙ୍କ ଚଳଚ୍ଚିତ୍ର ଦେଖାଇବାକୁ ଚାହୁଁଥିଲୁ | ଯେହେତୁ ଏହି ଉତ୍ସବ ସମୟରେ  କୌଣସି ବଡ଼ ରିଲିଜ୍ ନାହିଁ, ତେଣୁ ଆମେ ଚଳଚ୍ଚିତ୍ର ସ୍କ୍ରିନ କରିବାକୁ ନିଷ୍ପତ୍ତି ନେଇଛୁ ଯେଉଁଥିରେ ସାମ୍ପ୍ରତିକ ସମୟରେ ଏକ ଭଲ ବକ୍ସ ଅଫିସ୍ ଚାଲିଥିଲା ​ବୋଲି କହିଛନ୍ତି ଏସଏସଆର ସିନେମା ପ୍ରାଇଭେଟ ଲିମିଟେଡ଼ର ନିର୍ଦେଶକ ସତଦିପ ଶାହା ।

ମହାମାରୀ ହେତୁ ପ୍ରେକ୍ଷାଳୟ ଗୁଡିକ ସାତ ମାସ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ କେନ୍ଦ୍ର ସରକାର, ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଅକ୍ଟୋବର ୧୫ ରୁ ୫୦ ପ୍ରତିଶତ କ୍ଷମତା ଏବଂ ଦର୍ଶକଙ୍କ ମଧ୍ୟରେ ଗୋଟିଏ ସିଟ୍ ଦୂରତା ରଖି ଖୋଲିବାକୁ ଅନୁମତି ଦେଇଛି।

ଇଷ୍ଟର୍ନ ଇଣ୍ଡିଆ ମୋସନ୍ ପିକ୍ଚର୍ସ ଆସୋସିଏସନ୍ (ଇଆଇଏମପିଏ) ର ମୁଖପାତ୍ର କହିଛନ୍ତି ଯେ ଚାଲିଥିବା ମହାମାରୀ ସମୟରେ ଦର୍ଶକମାନେ ଥିଏଟର ପରିଦର୍ଶନ କରିବାକୁ ଭୟଭୀତ ହୋଇପାରନ୍ତି।

Leave A Reply

Your email address will not be published.