Latest Odisha News

BREAKING NEWS

Guru Pushya Yoga 2026: ଗୁରୁ ପୁଷ୍ୟ ଯୋଗ ଆଣିବ ଏହି ରାଶିମାନଙ୍କ ପାଇଁ ଶୁଭଫଳ

ଭୁବନେଶ୍ବର:ଗୁରୁ ଜୁନ୍ ୧୮ରେ ପୁଷ୍ୟ ନକ୍ଷତ୍ରରେ ଗୋଚର କରିବାକୁ ଯାଉଛନ୍ତି।ଜ୍ୟୋତିଷ ଶାସ୍ତ୍ରରେ ପୁଷ୍ୟ ନକ୍ଷତ୍ରରେ ଗୁରୁଙ୍କ ପ୍ରବେଶକୁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ବୋଲି କୁହାଯାଏ । ୧୮ ଜୁନ୍ ୨୦୨୬ ରାତି ୯:୩୨ ସମୟରେ ଗୁରୁ ଶନିଙ୍କ ଦ୍ୱାରା ଶାସିତ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ଏବଂ ୧୮ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଜାଣିରଖନ୍ତୁ ଯେତେବେଳେ ପୁଷ୍ୟ ନକ୍ଷତ୍ର ଗୁରୁବାର ଦିନ ପଡ଼େ, ଏହା ‘ଗୁରୁ ପୁଷ୍ୟ ଯୋଗ’ ଗଠନ କରେ। ଏହି ସମୟ ମଧ୍ୟରେ ଘରେ ନୂତନ ଜିନିଷ ଆଣିବାକୁ ଅତ୍ୟନ୍ତ ଶୁଭ ବୋଲି ; ଏହି ଦିନଟି ସୁନା, ରୂପା, ବାସନକୁସନ, ପୋଷାକ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଜିନିଷ କ୍ରୟ କରନ୍ତି ।

ପୁଷ୍ୟ ନକ୍ଷତ୍ରକୁ ଉର୍ଜ୍ଜା ଏବଂ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ। ଏହା ଶୁଭ ଏବଂ ସୁଖ ସମୃଦ୍ଧି ଦେଇଥାଏ । ଏହି ନକ୍ଷତ୍ର ସମୟରେ କରାଯାଇଥିବା କାର୍ଯ୍ୟଗୁଡ଼ିକରେ ସଫଳତାର ମିଳିଥାଏ।

ତେବେ ଏହି ରାଶିର ବ୍ୟକ୍ତିମାନେ ଗୁରୁ ପୁଷ୍ୟ ଯୋଗର ଶୁଭ ସଂଯୋଜନରୁ ଅନେକ ଲାଭ ପାଇବେ। ଆସନ୍ତୁ ଜାଣିବା କେଉଁ ରାଶିର ଲୋକମାନେ ଧନ ଏବଂ ସମୃଦ୍ଧିର ଆଶୀର୍ବାଦ ପାଇବେ।

ମିଥୁନ-ମିଥୁନ ରାଶିରେ ଜନ୍ମିତ ବ୍ୟକ୍ତିମାନେ ଗୁରୁ ପୁଷ୍ୟ ଯୋଗରୁ ସର୍ବୋତ୍ତମ ଲାଭ ପାଇବେ। ଧନ ଏବଂ ସମୃଦ୍ଧିରେ ପ୍ରଚୁର ବୃଦ୍ଧି ହେବ, ଯାହା ସେମାନଙ୍କର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ମଜବୁତ କରିବ। ଏହି ସମୟ ମଧ୍ୟରେ କରାଯାଇଥିବା ନିବେଶ ଭବିଷ୍ୟତରେ ବହୁଗୁଣିତ ଲାଭ ପ୍ରଦାନ କରିବ। ବ୍ୟବସାୟରେ ଲାଭ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବାର ଦୃଢ଼ ସୂଚନା ରହିଛି।

କର୍କଟ-କର୍କଟ ରାଶିର ଲୋକଙ୍କ ପାଇଁ ଗୁରୁ ପୁଷ୍ୟ ଯୋଗ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା ଟଙ୍କା ଫେରି ପାଇପାଇବେ ଏବଂ ଆୟର ନୂତନ ଉତ୍ସ ମିଳିବ । ଜବ୍ କରୁଥିବା ବ୍ୟକ୍ତିମାନେ ପଦୋନ୍ନତି ପାଇପାରନ୍ତି କିମ୍ବା କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ୱ ଗ୍ରହଣ କରିପାରନ୍ତି । ବ୍ୟବସାୟୀମାନେ ଏକ ବଡ଼ ଡିଲ୍ ଚୂଡ଼ାନ୍ତ କରିପାରନ୍ତି। ଏହି ସମୟ ମଧ୍ୟରେ ଜ୍ଞାନ ବିସ୍ତାର ହେବ । ସରକାରୀ କ୍ଷେତ୍ରରେ ମଧ୍ୟ ସଫଳତା ପାଇପାରିବେ।

ବିଛା- ପୁଷ୍ୟ ନକ୍ଷତ୍ର ବିଛା ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ବେଶ୍ ଲାଭଦାୟକ । ଏହି ଯୋଗ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ଆଣିବ । ଏହି ସମୟ ମଧ୍ୟରେ ଆପଣଙ୍କ ଭାଗ୍ୟ ଫିଟିବ । ସାମାଜିକ କ୍ଷେତ୍ର ଏବଂ କର୍ମକ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି ପାଇବ। ଏହି ସମୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୁଭ ସମୟ ରହିଛି ।

ମକର: ମକର ରାଶି ପୁଷ୍ୟ ଯୋଗର ଶୁଭ ପ୍ରଭାବ ଦେଖିବେ। ବୈବାହିକ ଜୀବନରେ ସମ୍ପର୍କ ଆହୁରି ମଧୁର ହେବ। ବ୍ୟବସାୟରେ ଲାଭ ମିଳିବ । ଏହା ସହ ଆପଣ ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି, ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ ​​କରିବ।

ମୀନ- ମୀନ ରାଶିର ଲୋକଙ୍କ ପାଇଁ ଗୁରୁ ପୁଷ୍ୟ ଯୋଗ ଶୁଭ ଫଳ ଦେବ । ଏହି ସମୟରେ, ଆପଣ ଏକ ନୂତନ ଯାନ କିମ୍ବା ଜମି କିଣି ପାରନ୍ତି। ଆପଣଙ୍କର ସମସ୍ତ କାର୍ଯ୍ୟ ବିନା କୌଣସି ବାଧାରେ ସମାପ୍ତ ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ। ଘରେ ଶାନ୍ତି ଏବଂ ଖୁସି ଆସିବ ।

Leave A Reply

Your email address will not be published.