Latest Odisha News

BREAKING NEWS

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁର ସହର

ଯାଜପୁର : କାଳୀପୂଜା ପାଇଁ ଚଳଚଞ୍ଚଳ ଯାଜପୁର ସହର । ସହରର ପ୍ରତିଟି ଛକ ଓ ବଜାରରେ ଚାଲିଛି ମେଲୋଡି ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ନୃତ୍ୟ ଓ ଗୀତରେ ଝୁମୁଛନ୍ତି ଦର୍ଶକ । ସୁନ୍ଦର ଆଲୋକମାଳା ଓ ଆକର୍ଷଣୀୟ ମଣ୍ଡପ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ ।  ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଦର୍ଶନ କରିବା ସହିତ ସୁସ୍ୱାଦୁ ଖାଦ୍ୟର ମଜା ଉଠାଉଛନ୍ତି । ସନ୍ଧ୍ୟା ହେଲେ ସହରକୁ ଲକ୍ଷାଧିକ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ ହେଉଥିବାରୁ ପୂଜା କମିଟି ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିଲା । ଚଳିତ ବର୍ଷ କଟକଣା ହଟିବା ପରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ମଣ୍ଡପ ବୁଲିବା,ମେଲୋଡି ଉପଭୋଗ କରିବା ସାଂଗକୁ ମିନାବଜାରରୁ ବିଭିନ୍ନ ଘର କରଣା ସାମଗ୍ରୀ କିଣିବା ପାଇଁ ବିଶେଷ ଆଗ୍ରହ ଦେଖାଉଛନ୍ତି ଦର୍ଶକ ।

 

Leave A Reply

Your email address will not be published.