Latest Odisha News

BREAKING NEWS

ସିଏପିଏଫ୍ ରେ କନେଷ୍ଟବଳ ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ

ଭୁବନେଶ୍ବର: ପ୍ରଥମଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରେ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୭, ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ ଟି ସହରରେ ପ୍ରାୟ ୪୮ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ୨୦୨୪ ଜାନୁଆରୀ ୧ ରୁ ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ସିଏପିଏଫରେ ନିଯୁକ୍ତି ପାଇଁ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ସ୍ଥାନୀୟ ଯୁବକମାନଙ୍କ ଅଂଶଗ୍ରହଣ ବୃଦ୍ଧି ଏବଂ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି ।

କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାର ପ୍ରଶ୍ନପତ୍ର ଏବେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ନିମ୍ନଲିଖିତ ୧୩ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ।
୧. ଆସାମୀ
୨. ବଙ୍ଗଳା
୩. ଗୁଜରାଟୀ
୪. ମରାଠୀ
୫. ମାଲାୟାଲମ୍
୬. କନ୍ନଡ
୭. ତାମିଲ
୮. ତେଲୁଗୁ
୯. ଓଡ଼ିଆ
୧୦. ଉର୍ଦ୍ଦୁ
୧୧. ପଞ୍ଜାବୀ
୧୨. ମଣିପୁରୀ
୧୩. କୋଙ୍କଣୀ

ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ଦ୍ୱାରା ପରିଚାଳିତ କନଷ୍ଟେବଳ ଜିଡି ପରୀକ୍ଷା ହେଉଛି ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଆକୃଷ୍ଟ କରୁଥିବା ଏକ ପ୍ରମୁଖ ପରୀକ୍ଷା । ତେଣୁ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଉପରୋକ୍ତ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଆୟୋଜନ ପାଇଁ ଗୃହ ମନ୍ତ୍ରଣାଳୟ ଓ କର୍ମଚାରୀ ଚୟନ ଆୟୋଗ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ସେହି ଅନୁଯାୟୀ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ କନଷ୍ଟେବଳ (ଜିଡି) ପରୀକ୍ଷା, ୨୦୨୪ ଆୟୋଜନ ପାଇଁ ଏସଏସସି ବିଜ୍ଞପ୍ତି ଜାରି କରିଛି ।

ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଯୁବକ ନିଜ ମାତୃଭାଷା/ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଅଂଶଗ୍ରହଣ କରିବା ସହ ସେମାନଙ୍କ ଚୟନ ସମ୍ଭାବନାରେ ଉନ୍ନତି ଆଣିବେ । ଫଳରେ ସମଗ୍ର ଦେଶରେ ପ୍ରାର୍ଥୀଙ୍କ ମଧ୍ୟରେ ଏହି ପରୀକ୍ଷାର ପହଂଚ ବୃଦ୍ଧି ପାଇବ ଏବଂ ସମସ୍ତଙ୍କୁ ରୋଜଗାର ପାଇଁ ସମାନ ସୁଯୋଗ ମିଳିବ ।

କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ସାରା ଦେଶର ଯୁବକମାନେ ନିଜ ମାତୃଭାଷାରେ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପରୀକ୍ଷାରେ ଭାଗ ନେଇ ଦେଶ ସେବାରେ କ୍ୟାରିୟର ଗଢ଼ିବାର ସୁବର୍ଣ୍ଣ ସୁଯୋଗ ପାଇଛନ୍ତି ।

Leave A Reply

Your email address will not be published.