Latest Odisha News

BREAKING NEWS

କୋଚଙ୍କ ସହ ଆଲୋଚନା ପରେ ଟେଷ୍ଟ କ୍ରିକେଟକୁ ଫେରିବେ କି କୋହଲି !

ନୂଆଦିଲ୍ଲୀ: ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ନିଷ୍ପତିକୁ ପ୍ରଶଂସକମାନେ ଗ୍ରହଣ କରିପାରି ନାହାନ୍ତି । ଦିନିକିଆ ଏବଂ ଆଇପିଏଲରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖି ସମସ୍ତେ ପୂନର୍ବାର ସେ ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତି ବୋଲି ଚାହୁଁଛନ୍ତି । ଇତି ମଧ୍ୟରେ କୋହଲିଙ୍କ କୋଚ ରାଜକୁମାର ଶର୍ମାଙ୍କ ଏକ ବୟାନ ଏବେ ଏହାର ସମ୍ଭାବନା ସୃଷ୍ଟି କରିଛି । ଯଦି କୋହଲି ତାଙ୍କ କୋଚଙ୍କ କଥା ମାନି ଅବସୀ ନିଷ୍ପତିରୁ ଓହରିବେ ତେବେ ୮ମ ଖେଳାଳି ଭାବେ ଏକ ବଡ ଉପଲବ୍ଧି ହାସଲ କରିବେ । ଅନେକ ଲୋକ ମୋ ସହିତ କୋହଲିଙ୍କ ଅବସର ନେଇ ଆଲୋଚନା କରିଛନ୍ତି । ସମସ୍ତେ ସେ ଟେଷ୍ଟ କ୍ରିକେଟକୁ ଫେରି ଆସନ୍ତୁ ବୋଲି ଚାହିଁଛନ୍ତି । ଏପରିକି ତାଙ୍କୁ ଏ ନେଇ ମନାଇବା ପାଇଁ ସେମାନେ ମୋତେ ବାଧ୍ୟ କରିଛନ୍ତିି । ମୁଁ କୋହଲିଙ୍କ ସହ ଏ ନେଇ ଆଲୋଚନା ମଧ୍ୟ କରିଛି ।

ତେବେ ରାଜକୁମାର ସ୍ପଷ୍ଟ କରି ନ ଥିଲେ ଯେ, କୋହଲି ଏଥିପାଇଁ ରାଜି ହୋଇଛନ୍ତି କି ନାହିଁ । ୧୨ ମେ ୨୦୨୫ରେ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ଏହି ଫର୍ମାଟରେ ୯୨୩୦ ରନ କରିଛନ୍ତିି । ସେ ଦିନିକିଆରେ ୧୪୦୦୦ ରନ ସଂଗ୍ରହ କରିଛନ୍ତି । କୋହଲି ଟେଷ୍ଟ କ୍ରିକେଟରେ ୭୭୦ ରନ ସଂଗ୍ରହ କଲେ ୮ମ ଖେଳାଳି ଭାବେ ଉଭୟ ଟେଷ୍ଟ ଏବଂ ଦିନିକିଆରେ ୧୦୦୦୦ ରନ ପୂର୍ଣ୍ଣ କରିବେ । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରିକି ପଂଟି, ଜ୍ୟାକ କାଲିସ, ରାହୁଲ ଡ୍ରାଭିଡ, କୁମାର ସଙ୍ଗକାରା, ବ୍ରାଏନ ଲାରା ଓ ମାହେଲା ଜୟବର୍ଦ୍ଧନେ ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.