Latest Odisha News

BREAKING NEWS

ସଲମାନ ତାଙ୍କୁ ମାରିବା ପାଇଁ ଦେଇଛନ୍ତି ସୁପାରୀ: କମାଲ ରଶିଦ ଖାଁ

ମୁମ୍ବାଇ: ଫିଲ୍ମମେକର ଓ ସ୍ୱୟଂଘୋଷିତ କ୍ରିଟିକ୍ସ କମାଲ ରଶିଦ ଖାଁ (କେଆରକେ)ଙ୍କ ଏକ ପୋଷ୍ଟ ଏବେ ବଲିଉଡରେ ହଇଚଇ ସୃଷ୍ଟି କରିଛି । ସୁପରଷ୍ଟାର ସଲମାନ ଖାଁ ତାଙ୍କୁ ମାରିବା ପାଇଁ ସୂୁପାରୀ ଦେଇଥିବା ସେ କହିଛନ୍ତି । କଂଗ୍ରେସର ପୂର୍ବତନ ନେତା ସଞ୍ଜୟ ନିରୂପମା ତାଙ୍କୁ ଏହି କଥା କହିଥିବା କେଆରକେ କହିଛନ୍ତି । ସଞ୍ଜୟ ମୋତେ ପଚାରିଥିଲେ ତୁମର ସଲମାନଙ୍କ ସହ କଣ ଅସୁବିଧା ରହିଛି । ମୁଁ କହିଥିଲି ତାଙ୍କ ଖରାପ ଫିଲ୍ମକୁ ମୁଁ ଭଲ କହୁ ନାହିଁ ବୋଲି ସେ ବିରକ୍ତ ହୋଇଥିବେ । ମୁଁ ଏହା କହିପାରିବିନି । ସଞ୍ଜୟ କହିଥିଲେ ତାଙ୍କର ନେତା ଓ ପୋଲିସଙ୍କ ସହିତ ଭଲ ସମ୍ପର୍କ ଅଛି । ସେ ତୁମର ଏନକାଂଉଟର କରିଦେବେ । ତୁମେ ଦେଶ ଛାଡି ପଳାଇ ଯାଅ । ମୁଁ ତାଙ୍କ କଥା ବିଶ୍ୱାସ କରୁଛି କାହିଁକି ନାଁ ସେ ଦୀର୍ଘ ଦିନ ହେବ ରାଜନୀତିରେ ଅଛନ୍ତି ।

ତେବେ କେଆରକେଙ୍କ ସମ୍ପୂର୍ଣ୍ଣ କଥା ସତ୍ୟ ନୁହେଁ ବୋଲି ସଞ୍ଜୟ କହିଛନ୍ତି । ମୁଁ ତାଙ୍କୁ କିଛି ଦିନ ତଳେ ଭେଟିଥିଲି । ସେ କଂଗ୍ରେସରେ ମିଶିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ଗପସପ ବେଳେ ସେ ନିଜ ଆଡୁ ସଲମାନଙ୍କ ବିଷୟରେ କହିଥିଲେ । ମୁଁ କେବଳ ଏତିକି କହିଥିଲି କଂଗ୍ରେସର କେତେକ ନେତାଙ୍କ ସହ ସଲମାନଙ୍କ ଭଲ ସମ୍ପର୍କ ରହିଛି । ତେବେ ଏବେ ତାଙ୍କ ଟୁଇଟ ଦେଖି ମୁଁ ଆଶ୍ଚର୍ଯ୍ୟଚକିତ ବୋଲି ସଞ୍ଜୟ କହିଛନ୍ତି । ଅବଶ୍ୟ କେଆରକେ ଚର୍ଚ୍ଚାରେ ରହିବା ପାଇଁ ସର୍ବଦା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥାନ୍ତି ।

Leave A Reply

Your email address will not be published.