ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ।
ତେବେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏ ଘଟଣା ନବୀନ ସରକାରଙ୍କ ସମୟରେ ଘଟିବା ସହ ସେତେବେଳେ ତଦନ୍ତ ନେଇ ମୁହଁ ଖୋଲିନଥିବା ଦୀପାଳି ଏବେ ସିବିଆଇ ତଦନ୍ତ ଦାବି କରିଛନ୍ତି ସତ ହେଲେ ସେ ସରକାରଙ୍କୁ ଏନେଇ ଲିଖିତ ଅନୁରୋଧ କରିନାହାନ୍ତି ।
Comments are closed.