ଭୁବନେଶ୍ବର: ଆସନ୍ତା ଫେବୃଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ୩ୟ ଅଧିବେଶନ । ଏନେଇ ଆଜି ସୂଚନା ଦେବା ସହ ବିରୋଧୀଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ବାଚସ୍ପତି କହିଛନ୍ତି, ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିରୋଧୀ ଦଳଙ୍କର ଯଦି କୌଣସି ବିଷୟ ଉପସ୍ଥାପନ କରିବାର ଥିବ ତେବେ ଗଠନ ମୂଳକ ପରାମର୍ଶ ଦେଲେ ଉପାଦେୟ ହେବ ବୋଲି ସେ କହିଛନ୍ତି ।
ଏଥିସହିତ ସେ ଏହା ବି ସୂଚନା ଦେଇଛନ୍ତି, ଆସନ୍ତା ମାସ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହାପରେ ୧୪ ଓ ୧୫ ଦୁଇ ଦିନ ଧରି ଅଭିଭାଷଣ ସମ୍ପର୍କିତ ଆଲୋଚନା ରହିବ । ଚଳିତ ଅଧିବେଶନର କାର୍ଯ୍ୟଦିବସ ୨୮ ଦିନ ରହିବ । ପରେ ୧୭ ତାରିଖରେ ବଜେଟ ଆଗତ ହେବ । ୨୦ ଓ ୨୧ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପରେ ମାର୍ଚ୍ଚ ୭ରେ ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ ହେବ ।
ତେବେ କହିରଖୁଛୁ, ପୂର୍ବରୁ ଏହି ନିକଟରେ ହୋଇଥିବା ଶୀତକାଳୀନ ଅଧିବେଶନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି, ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ, ମୁଲତବି ରହିଥିଲା ଗୃହ । ବାଧ୍ୟ ହୋଇ ସମୟ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ଯାହାକୁ ଦୃଷ୍ଟିରେ ରଖି ଏଥର ବଜେଟ୍ ଅଧିବେଶନ ପାଇଁ ପୂର୍ବରୁ ସତର୍କ କରିଛନ୍ତି ବାଚସ୍ପତି ।
Comments are closed.