Latest Odisha News

BREAKING NEWS

ଟ୍ରେନରେ ଅଗ୍ନିକାଣ୍ଡ ନେଇ ଚା’ ବିକାଳି କରିଥିଲେ ଗୁଜବ, ନିଜେ ଚେନ୍ ଟାଣିଥିଲେ

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଁଓ ନିକଟରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଜଣେ ଚା’ ବିକାଳି ପୁଷ୍ପକ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ନେଇ ଗୁଜବ ପ୍ରଚାର କରିଥିଲେ।

ଯାହା ଫଳରେ ଟ୍ରେନରେ ଆତଙ୍କ ଖେଳିଯାଇଥିଲା ଏବଂ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଯାତ୍ରୀ ମାନଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ।

ତେବେ ଗୁରୁବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଜଳଗାଁଓ ଟ୍ରେନ୍ ଦୁର୍ଘଟଣା ଏକ ଗୁଜବ ପାଇଁ ଘଟିଥିଲା। ଜଣେ ଚା ବିକାଳି ଟ୍ରେନ ଭିତରେ ଅଗ୍ନିକାଣ୍ଡ ନେଇ ଗୁଜବ ପ୍ରଚାର କରିଥିଲେ। ଯାହା ଫଳରେ ଏଭଳି ଅଘଟଣ ଘଟିଥିଲା।

ଅପରପକ୍ଷରେ ଏହି ଘଟଣାରେ ମହାର‌ାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବୀସ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି।

Comments are closed.