Latest Odisha News

BREAKING NEWS

ସମ୍ୱଲପୁରରେ ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ପୋଲିସ ସହ ମୁହାଁମୁହିଁ

ସମ୍ୱଲପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିଲା । ରଣକ୍ଷେତ୍ର ପାଲଟିଲା ସମ୍ୱଲପୁର କଚେରୀ ଛକ । ପୁଣି ଥରେ ପୋଲିସ ଓ ଆନ୍ଦୋଳନକାରୀ ଧସ୍ତାଧସ୍ତି ହୋଇଛନ୍ତି । ଓକିଲ ସଂଘ ସଦସ୍ୟ କହିଛନ୍ତିଯେ, ୭୦ ବର୍ଷ ଇତିହାସରେ କଳକ ଲଗାଇଛି ପୋଲିସ  ।  ବୃଦ୍ଧା, ମହିଳା ଓ କିନ୍ନର ବି ସତ୍ୟାଗ୍ରହରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଆଡଭୋକେଟ୍ ଜେନେରାଲଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।  ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଓକିଲମାନେ ଦାବି କରିଛନ୍ତି ।

କେବଳ ଓକିଲ ନୁହେଁ, ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହକୁ ସମର୍ଥନ କରିଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ଓକିଲ ସଂଗଠନ ସହ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପାରମ୍ପରିକ ବାଦ୍ୟ, ନାଚ ସହିତ ସତ୍ୟାଗ୍ରହ କରାଯାଉଛି । ଓକିଲଙ୍କ ଆନ୍ଦୋଳନରେ ସୀମିତ ନାହିଁ ବୋଲି କହିଛନ୍ତି ସାମାଜିକ ସଂଗଠନର କର୍ମକର୍ତ୍ତା ।

ପଶ୍ଚିମ ଓଡିଶା ଓ ଏଠାକାର ଓକିଲଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଓକିଲଙ୍କ କହିବା କଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସେମାନେ କୋର୍ଟକୁ ଆସିଥିଲେ । ହେଲେ କୋର୍ଟର ସବୁ ଦ୍ୱାରରେ ତାଲା ପକାଇ ପୋଲିସ ଠିଆ ହୋଇଥିଲା । ଫଳରେ ଓକିଲ ଓ ପୋଲିସ ମୁହାଁମୁହିଁ ହୋଇଥିଲା । ପରେ ଓକିଲମାନେ ଶାନ୍ତିଶୃଙ୍ଖଳା ସହିତ ସତ୍ୟାଗ୍ରହରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି ଓକିଲମାନେ କହିଛନ୍ତି । ଦାବି ନରହିଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.