Latest Odisha News

BREAKING NEWS

ଲକ୍ଷ୍ମଣ ସାହୁଙ୍କୁ ‘ସାରସ୍ଵତ ପ୍ରତିଭା ସମ୍ମାନ’ ପ୍ରଦାନ

ବାରିପଦା : ବଡ଼ସାହି ବାଣୀ ପୀଠର ୪୨ତମ ବାର୍ଷିକଉତ୍ସବ ପାଳନ ଅବସରରେ କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସର୍ବୋଚ୍ଚ ‘ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ସୃଷ୍ଟି ଦ୍ରଷ୍ଟା’ ପୁସ୍ତକର ପ୍ରାବନ୍ଧିକ ଲକ୍ଷ୍ମଣ ସାହୁଙ୍କୁ ୨୦୨୨ ପାଇଁ ‘ସାରସ୍ଵତ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି ।

ଶ୍ରୀ ସାହୁ ଜଣେ ସଫଳ ପ୍ରାବନ୍ଧିକ ଓ ସ୍ତମ୍ଭକାର ଭାବରେ ବେଶ୍ ସୁପରିଚିତ । ପ୍ରାଚୀନରୁ ଆଧୁନିକ ସାହିତ୍ୟ ଉପରେ ଗବେଷଣା କରୁଥିବା ବେଳେ ବିଭିନ୍ନ ପତ୍ର ପତ୍ରିକା, ଦୈନିକ ଖବରକାଗଜରେ ସାମ୍ପ୍ରତିକ ଘଟଣାବଳୀକୁ ନେଇ ତାଙ୍କର ଅନେକ ପ୍ରବନ୍ଧ ପ୍ରକାଶ ପାଇ ଆସୁଛି । ଇତିପୂର୍ବରୁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀଗଣେଶ ସମ୍ମାନ, ସୁଶ୍ରୀ ପ୍ରାବନ୍ଧିକ ସମ୍ମାନ, ବିଶିଷ୍ଟ ଶିକ୍ଷାବିତ୍ ସମ୍ମାନ, ମାୟାଧର ମାନସିଂହ ସ୍ମୁତି ସମ୍ମାନ, ସ୍ତମ୍ଭକାର-୨୦୨୦ ସମ୍ମାନ, ଜ୍ଞାନ ସାରଥୀ ସମ୍ମାନ ଆଦି ସମ୍ମାନ ଲାଭ କରିଛନ୍ତି ।

Leave A Reply

Your email address will not be published.