Latest Odisha News

BREAKING NEWS

କମୁନି ଟମାଟୋ ଦର: ଏବେ ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ

ଝାଡ଼ଖଣ୍ଡ: କିଛି ଦିନ ହେଲା ଟମାଟୋ ଦର ଆକାଶ ଛୁଆଁ । ଅନେକ ସ୍ଥାନରେ ଏହାର ଦାମ ୩୦୦ ଟଙ୍କାରୁ ଅଧିକ ରହିଛି । କମିବାର ନାଁ ବି ଧରୁନି । ଏଭଳିସ୍ଥିତିରେ ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ ମିଠା ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ବିକ୍ରି ହେଉଛି,ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।
ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋ ବ୍ୟବହାର କରିଥାନ୍ତି । ଏବେ ଏହାର ଦର ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଏତେ ଚଢା ଦରରେ ଟମାଟୋ କିଣି ଖାଇବା ସମସ୍ତଙ୍କ ପାଇଁ ସମ୍ଭବ ହେଉନାହିଁ । ତେବେ ଟମାଟୋ ଦାମ କିଲୋଗ୍ରାମ ପିଛା ୩୦୦ ଟଙ୍କାରୁ ଅଧିକ ରହିଛି । ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଦୁଇଟି ମିଠା ଦୋକାନ ଏବେ ଚର୍ଚ୍ଚାେରେ ରହିଛି । କାରଣ ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ବିକ୍ରି କରାଯାଉଛି ।

ଏନେଇ ଦୋକାନ ମାଲିକ କହିଛନ୍ତି ଯେ, ଦୋକାନରେ ରସଗୋଲା ଏବଂ ଅନ୍ୟ କେତେକ ମିଠାର କିଲୋଗ୍ରାମ ପିଛା ଦାମ ୨୨୦ ଟଙ୍କା ରହିଛି । ଏବେ ଟମାଟୋ ଦର ମିଠା ଦାମଠାରୁ ବହୁତ ଅଧିକ ରହିଛି । ତେଣୁ ମୁଁ ବିଭିନ୍ନ ମିଠା ସହିତ ଟମାଟୋ ବିକ୍ରି କରୁଛି । ଏହା ପ୍ରଚାର ହେବା ଦ୍ୱାରା ମୋ ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି । ଅଧିକାଂଶ ଲୋକ ଦୋକାନ ସମ୍ପର୍କରେ ଜାଣି ମିଠା କିଣିବାକୁ ଅଧିକ ସଂଖ୍ୟାରେ ଆସି ପହଞ୍ଚୁଛନ୍ତି । କୋରବାର ୨ ଟି ଦୋକାନରେ ମିଠା ଭଳି ଫ୍ରିଜରରେ ଟମାଟୋ ରଖାଯାଇଛି । ଟମାଟୋ ବାହାରେ ରଖିଲେ ନଷ୍ଟ ହେବାର ଆଶଙ୍କା ଥିବାରୁ ତାକୁ ଫ୍ରିଜରରେ ରଖିଥିବା ଦୋକାନ ମାଲିକ କହିଛନ୍ତି ।

 

Leave A Reply

Your email address will not be published.