Latest Odisha News

BREAKING NEWS

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ କରିଥିଲା ହତ୍ୟା, ଦୋଷୀକୁ ମିଳିଲା ଆଜୀବନ କାରାଦଣ୍ଡ

ରାଉରକେଲା: ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ । ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଶ ଦେଲେ ରାଉରକେଲା ଦ୍ଵିତୀୟ ଅତିରିକ୍ତ ଜିଲ୍ଳା ଏବଂ ଦୈରାଜଜ ଅଦାଲତ । ୧୦ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ପାରିପାଶ୍ୱିକ ସ୍ଥିତିକୁ ନେଇ କୋର୍ଟ ଏହି ଶୁଣାଣି କରିଛନ୍ତି ।

ସୂଚନା ଅନୁଯାୟୀ, ରାଉଲକେଲାର ବ୍ରାହ୍ମଣୀତରଙ୍ଗ ଥାନା ଦାଣ୍ଡିଆ ପାଲି ଅଞ୍ଚଳରେ ରାଜୁ ପାନ୍ନା ନାମକ ଜଣେ ଯୁବକଙ୍କ ଦେହ ଅସୁସ୍ଥ ହେବା ପଛରେ ସେ ତାଙ୍କ ପଡୋଶୀ ବୃଦ୍ଧ ଦମ୍ପତ୍ତିଙ୍କୁ ସବୁବେଳେ ସନ୍ଦେହ କରି ଆସୁଥିଲା । ରାଜୁ ଭାବୁଥିଲା ବୃଦ୍ଧ ଓ ବୃଦ୍ଧା ଗୁଣୀ ଗାରେଡ଼ି କରୁଛନ୍ତି ସେଥି ପାଇଁ ତାଙ୍କ ଦେହ ଭଲ ହେଉନାହିଁ । ଏଥିପାଇଁ ରାଜୁ ଉକ୍ତ ବୃଦ୍ଧ ଓ ବୃଦ୍ଧାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲା ।

ଯାହାକୁ ନେଇ ୨୦୧୫ ମସିହା ଜୁନ ୭ ତାରିଖରେ ବୃଦ୍ଧ ଦମ୍ପତ୍ତି ଶୋଇଥିବାବେଳେ ସେମାନଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଥିଲା ରାଜୁ ପାନ୍ନା । ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଯାହାର ଆଜି ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଛିନ୍ତି କୋର୍ଟ ।

Leave A Reply

Your email address will not be published.