ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସତ୍ୟାନୁଭବ କଲେ ଲୋକ
କହିବା ନୁହେ ଆବଶ୍ଯକ
ସତ୍ୟକୁ କଲେ ଶବ୍ଦବଦ୍ଧ
ତା ମାର୍ଗ ହୁଏ ଅବରୁଦ୍ଧ
ସତ୍ୟ କହିଲେ ସମାଧାନ
ହେବାର ମିଳୁନି ପ୍ରମାଣ
ଓଲଟି ହୁଏ ଗୋଳମାଳ
ମିଳେନି କେବେ ଶେଷଫଳ
ସତ୍କଥା ଆଉ ସତ୍କର୍ମ
ମଧ୍ୟରୁ ଦ୍ବିତୀୟ ଉତ୍ତମ
ନ କଲେ ସତ୍ୟର ପ୍ରୟୋଗ
ଅବଶ୍ଯ ଘଟଇ ଦୁର୍ଯୋଗ
କାଳ କେବଳ ଯାଏ ବହି
ମଣିଷ କାମ କରି ରହି
କରେ ସମୟ ବ୍ୟବହାର
ତାହା ହିଁ କୃତିତ୍ୱ ତାହାର
ଭାବ ହେଲେ ହେଁ ଭିନ୍ନ ଭିନ୍ନ
ସମାନ ରହିଲେ ବନାନ
ଭାବର ମୁକ୍ତ ପ୍ରସାରଣ
ନିଶ୍ଚିତ ହୁଅଇ ନିର୍ବିଘ୍ନ
ଭାବ ଏକାଂତ ବ୍ୟକ୍ତିଗତ
ଅଲୋଡ଼ା ମତ, ଅଭିମତ
ଭାଷା ତ ସମୂହ ସଂପଦ
ନ ରହୁ ତହିଁରେ ପ୍ରମାଦ
କାଳର ନାହିଁ ଆଦି ଅଂତ
ଜୀବନ ଥିବାର ପର୍ଯଂତ
ପଡ଼ିଲେ ତହିଁର ପ୍ରଭାବ
ହୁଏ ଉଭୟ ହାନି, ଲାଭ
ପରମ ସତ୍ୟ ଜ୍ଞାନ ପାଇଁ
ଅଯଥା ଲାଳସୀ ନ ହୋଇ
କରିଲେ ନିଜ କର୍ମମାନ
ସାର୍ଥକ ହୁଏ ଏ ଜୀବନ
ପରିବାରରୁ ଯାଇ ଖସି
ଯେ ହୁଏ ସତରେ ସନ୍ନ୍ୟାସୀ
ତାହାର ନିଷ୍ଫଳ ସାଧନା
ତାହାକୁ ଦିଅଇ ସାଂତ୍ୱନା