Latest Odisha News

BREAKING NEWS

ଭାଷା ଭାଗବତ : ଅଂଗପୀଡ଼ା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ସର୍ବେ ହୁଅଂତୁ ସଦା ସୁଖୀ

ସମସ୍ତେ ରହଂତୁ ନିରୋଗ

ସଭିଂକୁ ଦିଶୁ ସର୍ବୋତ୍ତମ

କେବେ ନ ହେଉ ଦୁଃଖ ଭୋଗ”

 

ଏହା ତ ବିଶ୍ବକୁ ଶୁଭେଚ୍ଛା

ବିଶ୍ବାସୀ ଲୋକଂକର ଇଚ୍ଛା

ଏହି ପ୍ରାର୍ଥନା ଅନୁପମ

ମନେ ପୂରାଏନାହିଁ ଭ୍ରମ

 

ସଦିଚ୍ଛା ଯେଣୁ ସ୍ଥାୟୀ ଭାବ

ତହିଁରେ ତିଥିର ପ୍ରଭାବ

ପଡ଼ିବାକୁ ମୁଁ ଦିଏନାହଁ

ତେଣୁ ସଦିଚ୍ଛା ରହେ ଜିଇଁ

 

କେବେ ବି ଯାଏନି ଉଭେଇ

ଯେମିତି ମୋ ସତ୍ତାର ଛାଇ

ଶୁଭେଚ୍ଛା, ସ୍ନେହ, ପ୍ରେମ, ଶ୍ରଦ୍ଧା

ମନରେ ରହଂତି ସର୍ବଦା

 

ଜ୍ଞାନର ଅଣୁମାତ୍ର ପାଇ

ସଂତୁଷ୍ଟ ହୋଇ ଅଛିଁ ଜିଇଁ

ଯାହା ରହିଲା ଅବଶିଷ୍ଟ

ତାହା ମୋ ପାଇଁ ନୁହେ ସ୍ପଷ୍ଟ

 

ସୁଖ ସହିତ କଲେ ବାସ

ମୁଖରେ ଲାଖିରହେ ହସ

ମାସ, ପକ୍ଷ, ଦିବସ ଛାଡ଼ି

ମୁହୂର୍ତ ସହ ହେଉଁ ଯୋଡ଼ି

 

କାମନା ଓ କ୍ରୋଧ ବର୍ଜନ

କରିପାରଇ ଯେଉଁ ଜନ

ସଂସାରେ ତାହାର ଜୀବନ

ଅବଶ୍ୟ ହୁଏ ଶାଂତିପୂର୍ଣ

 

ଶରୀର ସହ ଅଂଗପୀଡ଼ା

ମୂଳରୁ ହୋଇଥାଏ ଯୋଡ଼ା

ପୀଡ଼ାକୁ ଅଂଗୀଭୂତ କରି

ମଣିଷ ହୁଅଇ ସଂସାରୀ

 

Leave A Reply

Your email address will not be published.