Latest Odisha News

ନିର୍ବାଚନୀ ମଇଦାନରେ ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ

ବରଗଡ : ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ । ୧୫ ଗୋଟି ୱାର୍ଡକୁ ନେଇ ଗଠିତ ବରଗଡ ବ୍ଲକ କଟାପାଲି ଗାଁ । ଏଥର  ଦିବ୍ୟାଙ୍ଗ ସରପଞ୍ଚ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଚଳିତ ଥର କଟାପାଲି ଗାଁରୁ ଦଶ ଜଣ ସରପଞ୍ଚ ଆଶାୟୀ ପ୍ରାର୍ଥୀ ଠିଆ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହେଉଛନ୍ତି ଦିବ୍ୟାଙ୍ଗ ବ୍ୟକ୍ତି ଅକ୍ଷୟ ମାହାଣା । ଜନ୍ମରୁ ତାଙ୍କର ଡାହାର ଗୋଡ ପୋଲିଓ । ନିଜକୁ ଅକ୍ଷମ ବୋଲି ଭାବନ୍ତି ନାହିଁ ଅକ୍ଷୟ ।

ଯାହାର ଯେଉଁକାମ ଦରକାର ପଡେ ସମସ୍ତେ ପହଁଞ୍ଚି ଯାଆନ୍ତି ଅକ୍ଷୟଙ୍କ ପାଖରେ ।ଗାଁ ଲୋକଙ୍କ ପାଇଁ ଅକ୍ଷୟ ଅନେକ ଜନହିତକାର କାମ ମଧ୍ୟ କରିଛନ୍ତି । ସେଥିପାଇଁ ସମସ୍ତଙ୍କର ପ୍ରିୟ ହୋଇଛନ୍ତି ଦିବ୍ୟାଙ୍ଗ ଅକ୍ଷୟ । ଜନହିତ କର କାମ କରିବା ଆଶାରେ ନିର୍ବାଚନ ମଇଦାନରେ ଦିବ୍ୟାଙ୍ଗ ଅକ୍ଷୟ  ।

ଲୋକମାନଙ୍କ କହିବା ଅନୁସାରେ ଯେତେବେଳେ ଯାହା କାମ ଦରକାର ହୁଏ । ସେ ଭୋଟର କାର୍ଡ ସଂଶୋଧନ , ଆଧାର କାର୍ଡ ହେଉ ଅବା ଭତ୍ତା ସମସ୍ତଙ୍କୁ ସାହାର୍ଯ୍ୟ କରନ୍ତି ଅକ୍ଷୟ । ନିଜ ସହରକୁ ସ୍ୱଚ୍ଛ ସୁନ୍ଦର ଦୁର୍ନିତି ମୁକ୍ତ ପଞ୍ଚାୟତ ଭାବରେ ଗଢି ତୋଳିବାରେ ପାଇଁ ସରପଞ୍ଚ ଭାବେ ଠିଆ ହୋଇଛନ୍ତି ସେ । ଏନେଇ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅକ୍ଷୟ । ଏଥର ଭୋଟ ଅକ୍ଷୟଙ୍କ ପକ୍ଷରେ ଯିବ ବୋଲି କିଛି ଗ୍ରାମବାସୀ ମତ ରଖିଛନ୍ତି ।। ନିଜ ନି ଶୈଳିରେ ପ୍ରଚାର କରିବାରେ ଲାଗିପଡିଛନ୍ତି ପ୍ରାର୍ଥୀମାନେ । ହେଲେ ଏ ଅଞ୍ଚଳର ସରପଞ୍ଚପଦ କିଏ ହାତେଇବ ତାହା ସମୟ ହିଁ କହିବ ।

Comments are closed, but trackbacks and pingbacks are open.