Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

BjdElectrycity

ରାତି ରାତି ଇଣ୍ଟରନେଟରେ ନୂଆ ନୂଆ ଝିଅ ମାନଙ୍କ ସହିତ ଖରାପ ଖରାପ କଥା ଚା ଟିଂ କରିବା ,ମେସେଜ କରିବା , ମେଲ କରିବା ଫୋଟୋ ପଠେଇବା ପୁରୁଣା ହେଇଗଲେ ସେମାନଙ୍କୁ ଫୋପାଡ଼ି ପୁଣି ନୂଆ …..! ତୁମକୁ ଇମୋସନ ଇମୋସନ କଥା କହିବା ,ତୁମେ ଟିକେ କ୍ଲୋଜ ହେଲା ପରେ ଆସ୍ତେ ଆସ୍ତେ ତୁମକୁ ଆଭୋଏଡ଼ କରିବା ,ଇମୋସନାଲ ବ୍ଲାକମିଲିଙ୍ଗ କରିବା ସବୁ କଥା ମୁଁ ଶୁଣିଛି ଆଉ ଜାଣିଛି ! ମୁଁ ଯେତେ ବୁଝେଇଲେ କଣ ହେବ , ତାର ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ହିଁ ନଥିଲା । ପୁରା ଷୋହଳ ଦଉଡି କଟା !

ଗୋଟିଏ କଥା କିନ୍ତୁ ସତ ଦି ‘ ଯୋଉଟା କି ମୁଁ ଆକ୍ସିଡେଣ୍ଟର କିଛି ଦିନ ପୂର୍ବରୁ ଅନୁଭବ କରିଥିଲି ! ହଠାତ୍ ତା ଭିତରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କଲି ଯେମିତି କିଛି ଗୋଟେ ସେ ହଜେଇ ଦେଇଛି ଆଉ ତାକୁ ଖୋଜି ହଉଛି ! ବେଶ୍ କିଛି ଦିନ ଧରି ଖୁବ ଅନ୍ୟମନସ୍କତା ଭିତରେ ଆଉ ଅସହଜ ଜୀବନଟେ ଜିଉଁ ଥିବା ଉପଲବ୍ଧି କରିଥିଲି ! ପରେ ତା’ର ଅଜାଣତରେ ତା ହାତ ଲେଖା ଡାଏରୀରେ ତୁମକୁ , ତୁମ ଅନାବିଳ ଭଲପାଇବାକୁ ,ଗୋଟେ ନିରୀହ ନିର୍ମଳ ହୃଦୟକୁ ଖୁବ ବେଶି ଝୁରିହେଉଥିଲା !! ଅନୁ ଶୋଚନା ,ଅନୁତାପର ନିଆଁରେ ଦଗ୍ଧିଭୂତ ହୋଇ ଯାଉଥିଲା ତାର ମନ ପ୍ରାଣ ଆଉ ସାରାଟା ଶରୀର !!! କାହାକୁ ଆଉ ତା ମନ କଥା କହିବ କେମିତି ନିଜେ ତ ନିଜ ଗୋଡ଼ରେ କୁରାଢ଼ୀ ମାରିଚି !! ନିଜ କଥା ଛଡ଼ା ଜୀବନରେ କାହା କଥା ମାନିନି କି ଶୁଣିନି । ଏବେବି ସେ ଯୋଉଠି ଆସି ପହଁଚିଛି ଆଉ ପଛକୁ ବୁଲି ଚାହିଁବା ତା ପକ୍ଷେ ଅସମ୍ଭବ । ନିରୀହ ଜୀବନଟିଏକୁ ସତରେ କେତେ କଷ୍ଟ କେତେ ଯନ୍ତ୍ରଣା ନଦେଇଚି !! ଆଜି ସିଏ ନିହାତି ଦଣ୍ଡ ପାଇବା ଦର୍କାର ବୋଲି ଅନୁଭବ କରି ପାରିଛି !

ଏବେ ଅଧିକା ଅଧିକା ପୁଲିସ ଖୋଜିଲାଣି ! ମୋଷ୍ଟ ୱାଣ୍ଟେଡ଼ର ହଟ୍ ଲିଷ୍ଟରେ ତା ନାଁ……। ସେଦିନ ପୁଲିସକୁ ଦେଖେଇହୋଇ ଲୁଚିବାର ବାହାନାରେ , ପୁଲିସକୁ ଚକ୍ମା ଦେବା ବାହାନାରେ ଶେଷରେ ଜାଣିଶୁଣି ଗାଡିର ସ୍ପିଡ଼କୁ ବଢ଼େଇ ଦେଇଥିଲା ,ଯାହା ଫଳରେଗୋଟେ ଟ୍ରକ ସହିତ ମୁହାଁମୁହିଁ ହୋଇ ଆକ୍ସିଡେଣ୍ଟରେ ଓଃ

କ୍ରମଶଃ

Leave A Reply

Your email address will not be published.