Latest Odisha News

BREAKING NEWS

ସୁସ୍ଥ ଶରୀର ସହ ଦୀର୍ଘାୟୁ ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣଙ୍କ ଶରୀରର କାର୍ଯ୍ୟ ଖାଦ୍ୟ- ପାନୀୟ ଉପରେ ନିର୍ଭର କରେ। ଆପଣ ଯେଉଁ ପ୍ରକାରର ଖାଦ୍ୟ-ପାନୀୟ କରିବେ ଆପଣଙ୍କ ଜୀବନଚକ୍ର ମଧ୍ୟ ଏହା ଉପରେ ନିର୍ଭର କରେ। ଏପରି ପରିସ୍ଥିତିରେ ଆପଣ ଏପରି ଖାଦ୍ୟ ଖାଇବା ଉଚିତ ଯାହା ଦ୍ୱାରା ଆପଣ ଦୀର୍ଘ ଜୀବନ ବଞ୍ଚିପାରିବେ। ତେବେ ଆସନ୍ତୁ ଜାଣିବା ଲାଇଫଷ୍ଟାଇଲ ରୁଟିନ ସମ୍ପର୍କରେ ଯାହା ଆପଣଙ୍କୁ ଏକ ଭଲ ଜୀବନ ଦେବ।

ଯଦି ଆପଣ ଦୀର୍ଘାୟୁ ହେବାକୁ ଚାହାଁନ୍ତି, ତେବେ ଆପଣ ଡାର୍କ ଚକୋଲେଟ୍ ଏବଂ ବାଦାମ ଖାଆନ୍ତୁ। ୱିସ୍କନ୍ସିନ୍ ୟୁନିଭରସିଟିର ପ୍ରଫେସର ରୋଜଲିନ୍ ଆଣ୍ଡରସନ୍ ଏବଂ ୟୁଏସସି ଲିଓନାର୍ଡ ଡେଭିସ୍ ସ୍କୁଲର ପ୍ରଫେସର ୱାଲ୍ଟର ଲୋଙ୍ଗୋଙ୍କ ଅନୁଯାୟୀ, ଉଦ୍ଭିଦ ଭିତ୍ତିକ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟକୁ ବୃଦ୍ଧି କରିବା, ସେପଟେ ରିଫାଇନଡ଼୍ ଖାଦ୍ୟକୁ କମ କରିଲେ ଦୀର୍ଘାୟୁ ହୋଇପାରିବେ।

ରେଡ ମିଟ୍ ଏବଂ ସର୍କରା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ବିଶୋଧିତ ଶସ୍ୟ ଏବଂ ଶର୍କରା ଖାଦ୍ୟ ଖାଆନ୍ତୁ ନାହିଁ। ରିଫାଇନଡ୍ ଖାଦ୍ୟ ପରିବର୍ତ୍ତେ ଉଦ୍ଭିଦ ଭିତ୍ତିକ ଉତ୍ପାଦ ଖାଆନ୍ତୁ। ଏହା ଆପଣଙ୍କ ଜୀବନକୁ ଆୟୁଷଠାରୁ ୧୦ ବର୍ଷ ବଢାଇବ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯଦି ଆପଣ ନିଜ ଖାଦ୍ୟରେ ସୀମିତ ପରିମାଣର ପ୍ରୋଟିନ୍ ଖାଉଛନ୍ତି, ତେବେ ଆପଣ ଅଧିକ ଦିନ ବଞ୍ଚିପାରିବେ।

ଇଣ୍ଟରମିଣ୍ଟେଟ ଡାଏଟ ଏବଂ ଉପବାସ ମଧ୍ୟ ଆପଣଙ୍କ ବୟସ ବଢାଇପାରେ। ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଯଦି ଆପଣ ୧୨ ଘଣ୍ଟା ନଖାନ୍ତି କିମ୍ବା ଗୋଟିଏ ଦିନ ଉପବାସ କରନ୍ତି ଆପଣ ଦୀର୍ଘାୟୁ ହେବେ। ମାସକୁ ଥରେ କିମ୍ବା ଦୁଇଥର ଉପବାସ କରିବା ଉଚିତ।

Leave A Reply

Your email address will not be published.