Latest Odisha News

BREAKING NEWS

କର୍ଣ୍ଣାଟକରେ ବଢିଲା ଲକ୍‌ଡାଉନ୍

କର୍ଣ୍ଣାଟକ: କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କର୍ଣ୍ଣାଟକରେ ବି ବଢୁଛି ସଂକ୍ରମଣ । । ସୁରକ୍ଷା ଦୃଷ୍ଟିିରେ ରଖି ସେଠାରେ ଜୁନ୍ ୭ଯାଏ ଲକ୍‌ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି କରିଛନ୍ତି । ଯାହାଫଳରେ ଏହି କଟକଣା ଜୁନ୍ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ପୂର୍ବରୁ ମଇ ୧୦ରୁ ମଇ ମାସ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି ରହିଥିଲା ।

ପ୍ରତିଦିନ ସେଠାରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ରହୁଛି । ଖାଲି ସଂକ୍ରମଣ ନୁହେଁ ମୃତ୍ୟୁ ସଂଖ୍ୟ।। ବି ବଢିବାରେ ଲାଗିଛି । ରାଜ୍ୟରେ ୫ଲକ୍ଷରୁ ଅଧିକ ସଂକ୍ରମିତ ରହୁଛନ୍ତି । ସମସ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ପୁଣି ଲକ୍‌ଡାଉନ୍ ଅବଧି ବଢାଇ ଦିଆଯାଇଛି । ଲକ୍‌ଡାଉନ୍‌ରେ ସମସ୍ତ ଗାଇଡ଼ଲାଇନ୍ ମାନିବା ସହିତ ଜନସାଧାରଣଙ୍କୁ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.