Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି ଟିକା ସଙ୍କଟ, କାଲି ୧୦ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବା ସହ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ମହାମାରୀ । ଏଭଳି ସ୍ଥିତିରେ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ହେଲେ ଟିକା ସଙ୍କଟ ଟିକାକରଣରେ ସାଜିଛି ବାଧକ । ଆବଶ୍ୟକ ପରିମାଣର ଟିକା ନଥିବାରୁ ଆସନ୍ତାକାଲି ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ ।

ଯେଉଁ ୧୦ଟି ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ଭ୍ୟାକ୍ସିନେସନ, ସେହି ଜିଲ୍ଲା ଗୁଡିକ ହେଲା, ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼ ଓ ରାୟଗଡ଼ା । ଟିକା ମିଳିବା ପରେ ଏହି ସବୁ ଜିଲ୍ଲାରେ ପୁଣି ଜାରି ରହିବ ଭ୍ୟାକ୍ସିନେସନ ।

Leave A Reply

Your email address will not be published.