Latest Odisha News

BREAKING NEWS

ଗୋଟିଏ ଆସନରୁ ମୁହାଁମୁହିଁ ହେବେ ସ୍ୱାମୀ-ସ୍ତ୍ରୀ

କୋଲକତା: ନିର୍ବାଚନ ମଇଦାନକୁ ଓହ୍ଲାଇବେ ସ୍ୱାମୀ-ସ୍ତ୍ରୀ ।  ସମାନ ଆସନରୁ ପରସ୍ପର ବିରୋଧରେ  ପ୍ରତିନ୍ଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଗତକାଲି  ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।  ଏହି ତାଲିକାରେ ସୁଜାତା ମଣ୍ଡଳଙ୍କ ନାଁ ମଧ୍ୟ ରହିଛି । ସେ ତାଙ୍କ ପୂର୍ବତନ ସ୍ୱାମୀ ସୋମିତ୍ର ଖାନଙ୍କ ବିରୋଧରେ ବାଙ୍କୁରା ଜିଲ୍ଲାର ବିଷ୍ଣୁପୁର ଆସନରୁ ପ୍ରତିଦ୍ୱନ୍ଦିତା କରିବେ ।

ସୋମିତ୍ର ଖାନ୍ ବିଜେପି ପକ୍ଷରୁ  ବିଷ୍ଣୁପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତେବେ ତୃ୍ଣମୂଳ କଂଗ୍ରେସ ମଧ୍ୟ ଏହି ଆସନ ପାଇଁ   ସୁଜାତା ମଣ୍ଡଳଙ୍କୁ ଟିକେଟ୍ ଦେଇଛି ।

୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଦମ୍ପତି ପରସ୍ପରଠୁ ଅଲଗା ହୋଇଯାଇଥିଲେ । ସୁଜାତା ତ୍ରୁଣମୂଳ କଂଗ୍ରେସରରେ ଯୋଗ ଦେବା ପରେ  ସୋମିତ୍ର ଖାନ କ୍ୟାମେରା ସମ୍ମୁଖରେ ସୁଜାତାଙ୍କୁ ଛାଡପତ୍ର ଦେଇଥିବା ନେଇ ଘୋଷଣା କରିଥିଲେ ।

ବିଷ୍ଣୁପୁରର ବିରିଷ୍ଠ ନେତା ସୋମିତ୍ର ଖାନ ୨୦୧୯ ଲୋକସଭା  ନିର୍ବାଚନ ପୂର୍ବରୁ  ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ସୁଜାତା ତାଙ୍କ ପାଇଁ ପ୍ରଚାର କରୁଥିଲେ ।

ସୂଚନାଯୋଗ୍ୟ, ଗତକାଲି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ୪୨ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରୁ ସ୍ପଷ୍ଟ ହୋଇ ଯାଇଛି ଯେ ମମତା ବାନାର୍ଜୀ ଏକୁଟିଆ ହିଁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତିରେ କଂଗ୍ରେସ ଦୁଃଖୀ ଥିବା କୁହାଯାଉଛି । କଂଗ୍ରେସ ଦଳ ଆଶା କରିଥିଲା ଯେ ମମତା ବାନାର୍ଜୀ ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ପୁଣି ଥରେ ଇଣ୍ଡିଆ ମିଳିତ ମଞ୍ଚ ସହ ସଂପର୍କର ପୁନର୍ବିଚାର କରିବେ ।

Leave A Reply

Your email address will not be published.