Latest Odisha News

BREAKING NEWS

ନିର୍ବାଚନ ବଣ୍ଡ ମାମଲା: ବଢିବ କି ସମୟ ସୀମା, ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଆବେଦନ ଉପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏଡିଆର ଓ କମନକଜ୍ ପକ୍ଷରୁ ଦାଖଲ ହୋଇଥିବା ଅଦାଲତ ଅବମାନନା ପିଟିସନର ମଧ୍ୟ ଶୁଣାଣି କରିବେ ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନୀ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଦାଖଲ କରିବାକୁ ଜୁନ ୩୦ ପର୍ଯ୍ୟନ୍ତ ସମୟ ମାଗିଛି ଏସବିଆଇ । ଏନେଇ ଆଜି ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ ।

ସୂଚନା ଅନୁସାରେ, ନିର୍ବାଚନୀ ବଣ୍ଡ ଜରିଆରେ ବିଭିନ୍ନ ରାଜନୈତିକ ଦଳ ପାଉଥିବା ଚାନ୍ଦା ସମ୍ପର୍କରେ ଆଜି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାତ୍ର SBI ଆଜି ସୁଦ୍ଧା କୌଣସି ତଥ୍ୟ ଦାଖଲ କରି ପାରିନି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଆଜି SBI ବିରୋଧରେ ଅବମାନନା ମାମଲା ରୁଜୁ ହୋଇଛି। ADR ପକ୍ଷରୁ ହୋଇଥିବା ଆବେଦନ ଆଧାରରେ ଏହି ମାମଲା ରୁଜୁ ହୋଇଛି ।

ଗତ ମାସରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡରେ ଥିବା ବିସ୍ତୃତ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ କହିଥିଲେ। ଏଥିସହ ମାର୍ଚ୍ଚ ୧୩ ସୁଦ୍ଧା ନିଜ ୱେବସାଇଟ୍‌ରେ ଏ ସମ୍ପର୍କୀତ ତଥ୍ୟ ଅପଲୋଡ କରି ତାହାକୁ ସାର୍ବଜନୀନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏତେ କମ୍‌ ସମୟରେ ଏତେ ପରିମାଣର ତଥ୍ୟ ଅପଲୋଡ କରିବା ସମ୍ଭବ ନୁହେଁ ବୋଲି SBI ପକ୍ଷରୁ କୁହାଯାଇ ଜୁନ ୩୦ ଯାଏ ସମୟ ମଗା ଯାଇଥିଲା।

SBI ପକ୍ଷରୁ କୁହାଯାଇଥିଲା, ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାଯାଇଛି। ଏହାର ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ମୁଖ୍ୟ ବ୍ରାଞ୍ଚରେ ଜମା କରାଯାଇଥିଲା। ସବୁ ବଣ୍ଡର ଦୁଇଟି ଲେଖାଏ କପି ରହିଛି। ତେଣୁ ବିସ୍ତୃତ ତଥ୍ୟ ପାଇଁ ୪୪,୪୩୪ ସେଟ ଫାଇଲକୁ ଏକାଠି କରିବାକୁ ପଡ଼ିବ।

 

Leave A Reply

Your email address will not be published.