Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା: ଉଦଘାଟନୀ ସମାରୋହ ପୂର୍ବରୁ ପଦକ ନିଶ୍ଚିତ କଲା ଭାରତ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବା ପୂର୍ବରୁ ବକ୍ସିଂରେ ଭାରତ ଏକ ପଦକ ନିଶ୍ଚିତ କରିଛି । ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲୀନା ବୋରଗୋହେନ ୭୫ କିଗ୍ରା ବିଭାଗରେ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିବାରୁ ଭାରତର ପ୍ରଥମ ପଦକ ନିଶ୍ଚିତ ହୋଇଯାଇଛି । ଲଭଲୀନାଙ୍କ ବିଭାଗରେ ମାତ୍ର ୫ଜଣ ବକ୍ସର ଭାଗ ନେଇଥିଲେ । ଲଭଲୀନାଙ୍କ ସମେତ ୩ଜଣଙ୍କୁ ସିଧାସଳଖ ସେମିକୁ ଉନ୍ନୀତ କରାଯାଇଥିଲା । ଶେଷ ୨ଜଣଙ୍କ ମଧ୍ୟରେ ମୁକାବିଲା ହେବ ଏବଂ ଏହାର ବିଜେତା ୪ର୍ଥ ବକ୍ସର ଭାବେ ସେମିରେ ପ୍ରବେଶ କରିବେ । ୩୧ ଜୁଲାଇରେ ସେ ଟୁଭାଲୁର ଟିକେବିପି ଟାଫାକିଙ୍କୁ ଭେଟିବେ ।

ଏହି ମୁକାବିଲାରେ ବିଜୟ ହାସଲ କଲେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବେ । ସେ ୨ଟି ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ହାସଲ କରିବାରେ ସଫଳ ହୋଇ ନାହାନ୍ତି । ପ୍ରଥମ ଥର ପାଇଁ ସେ ପୋଡିୟମ ଫିନିଶ କରିବେ । ଲଭଲୀନା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୨୩ ବିଶ୍ୱ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୩ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏଥର ଲଭଲୀନା ଓ ମୀରାବାଇ ଚାନୁର ଭାରତର ଫ୍ଲାଗ ଓ ବ୍ୟାଟନ ବିୟରର ହୋଇଛନ୍ତି ।

Leave A Reply

Your email address will not be published.