ପ୍ରୟାଗରାଜ: ବର୍ତ୍ତମାନ ଦେଶର ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଭବ୍ୟସ ଆୟୋଜନ । ଏଥିରେ ଦେଶ ବିଦେଶରୁ ଅନେକ ସାଧୁ, ନାଗା ସାଧୁ, ସନ୍ତଙ୍କ ସମେତ ଭାରତ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁମାତ୍ରାରେ ଯାଇ ବୁଡ ପକାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ମହାକୁମ୍ଭ ସଙ୍ଗମ ଏବଂ ଅଖାଡା କ୍ଷେତ୍ରରେ ୪ ହଜାର ହେକ୍ଟରରେ ପରିବ୍ୟାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରୁଛି ପିପେ ସେତୁ ।
ଏହି ପିପେ ସେତୁ ୨୫୦୦ ବର୍ଷ ପୁରୁଣା ବୋଲି କୁହାଯାଉଥିବାବେଳେ ଏହା ପାର୍ସି ଟେକନୋଲୋଜି ଦ୍ୱାରା ତିଆରି ହୋଇଛି । ତିରିଶଟି ସେତୁ ନିର୍ମାଣ ପାଇଁ ୧୦୦୦ ରୁ ଅଧିକ ଲୋକ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଦିନକୁ ଅତି କମରେ ୧୦ ଘଣ୍ଟା କାମ କରିଥିଲେ ।
ବିଶ୍ୱର ସର୍ବବୃହତ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଆୟୋଜନ ମହାକୁମ୍ଭରେ ଯାନବାହନ, ତୀର୍ଥଯାତ୍ରୀ, ସାଧୁ ଏବଂ ଶ୍ରମିକଙ୍କ ଯାତାୟାତକୁ ସହଜ କରିବା ନିମନ୍ତେ ସେତୁ ନିର୍ମାଣ ପାଇଁ ୨୨୦୦ରୁ ଅଧିକ କଳା ଭାସମାନ ଲୁହା କ୍ୟାପସୁଲ ବ୍ୟବହାର କରାଯାଇଛି । ଏଥିରେ ପ୍ରତ୍ୟେକ ବ୍ୟାରେଲର ଓଜନ ପାଞ୍ଚ ଟନ୍ । ଏହା କେବଳ ଏତିକି ଓଜନ ଭାର ସମ୍ଭାଳି ପାରିବାର କ୍ଷମତା ରଖୁଛି ।
ମହାକୁମ୍ଭ ନଗରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ବିବେକ ଚତୁର୍ବେଦୀଙ୍କ ସୂଚନା ମୁତାବକ, ଏହି ସେତୁଗୁଡ଼ିକ ସଙ୍ଗମ ଏବଂ ଅଖାଡା ଅଞ୍ଚଳ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବରେ କାର୍ଯ୍ୟ କରୁଛି । ଏହି ସେତୁଗୁଡ଼ିକ ମହାକୁମ୍ଭର ଏକ ଅବିଚ୍ଛେଦ୍ୟ ଅଂଶ, ଯାହା ବିଶାଳ ଜନସମାଗମ ପାଇଁ ଆବଶ୍ୟକ । ଭକ୍ତମାନନେ ଯେପରି ସୁରକ୍ଷିତ ଭାବେ ଯାଆଆସ କରିପାରିବେ ସୁରକ୍ଷା ଦୃଷ୍ଟିରୁ ୨୪ ଘଣ୍ଟା ଧରି ସେତୁ ଉପରେ ନିରନ୍ତର ନଜର ରଖାଯାଇଛି । ଆମେ ପ୍ରତ୍ୟେକ ସେତୁରେ ସିସି ଟିଭି କ୍ୟାମେରା ଲଗାଇଛୁ ଏବଂ ସମନ୍ୱିତ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ମାଧ୍ୟମରେ ଫୁଟେଜକୁ ନିରନ୍ତର ତଦାରଖ କରାଯାଉଛି ।
ପିପେ ସେତୁର ଇତିହାସ-
ପିପେ ସେତୁ ପ୍ରଥମେ ୪୮୦ ଖ୍ରୀଷ୍ଟପୂର୍ବରେ ତଆରି ହୋଇଥିଲା, ଯେତେବେଳେ ପାର୍ସ ରାଜା ଜେରକ୍ସେସ୍ ପ୍ରଥମ ଗ୍ରୀସ୍ ଆକ୍ରମଣ କରିଥିଲେ । ଖ୍ରୀଷ୍ଟପୂର୍ବ ୧୧ଶ ଶତାବ୍ଦୀରେ ଚୀନର ଝୋଓ ରାଜବଂଶ ମଧ୍ୟ ଏହି ସେତୁଗୁଡ଼ିକୁ ବ୍ୟବହାର କରୁଥିଲେ । ଭାରତରେ ଏହି ପ୍ରକାରର ପ୍ରଥମ ସେତୁ ୧୮୭୪ ମସିହା ଅକ୍ଟୋବର ମାସରେ ହାଓଡ଼ା ଏବଂ କୋଲକାତା ମଧ୍ୟରେ ହୁଗଲି ନଦୀ ଉପରେ ନିର୍ମିତ ହୋଇଥିଲା ।
Comments are closed.